ବଲାଙ୍ଗୀର:ନିଶା ମହାରଣା ବଲାଙ୍ଗିର ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି। ବଲାଙ୍ଗିର ସଦର ଥାନା ଚନ୍ଦନଭାଟି ଗାଁରେ ଗତ ଡିସେମ୍ବର ୧୨ ତାରିଖ ରାତିରେ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ ଦେଇଥିଲେ। ଡିସେମ୍ବର ୧୪ରେ ତତ୍କାଳୀନ ଚନ୍ଦନଭାଟି ଫାଣ୍ଡି ଅଧିକାରୀ ରଞ୍ଜିତ ପ୍ରଧାନ ଏ ନେଇ ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରିଥିଲେ। ସଦର ପୁଲିସ ଏ ନେଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା। ଡିସେମ୍ବର ୧୫ରେ ଯାତ୍ରା କମିଟି ସଭାପତି ଓ ସମ୍ପାଦକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗିରଫଦାରୀ ଭୟରେ ନିଶା ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଉଚ୍ଚ ନ୍ୟାୟାଳୟ ନିଶାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ ସହ ବଲାଙ୍ଗୀର ଏସଡିଜେଏମ କୋର୍ଟରେ ହାଜର ହେବା ପାଇଁ ନିଶାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଅପରାହ୍ନ ପ୍ରାୟ ୧ଟା ୪୫ରେ ନିଶା ନିଜ ଓକିଲଙ୍କ ସହ ବଲାଙ୍ଗିର ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ।
Related Posts
ସାଂସଦ ଭାବରେ ନିଜର ୭ବର୍ଷର କାର୍ଯ୍ୟର ରିପୋର୍ଟ କାର୍ଡ ଦେଲେ ଅପରାଜିତା ଷଡ଼ଙ୍ଗୀ
- Mysanket News
- August 27, 2026
- 0
ଭୁବନେଶ୍ୱର: ବିକାଶ ଓ ସେବା ହିଁ ରାଜନୀତି ର ମୂଳ ମନ୍ତ୍ର। ଯାହାକୁ ପାଥେୟ କରି ଜନସଂପର୍କ,ସଂଗଠନ ଗଢ଼ିବା ସହିତ ସାଂସଦ ଭାବରେ ସଂସଦ ଓ ଦେଶ ବିଦେଶରେ ବିଭିନ୍ନ ଭୂମିକାରେ ପ୍ରତିନିଧିତ୍ୱ କରିବାର […]
ଓଡ଼ିଶାରେ ଭୋଟର ସଂଖ୍ୟା ୩.୩୧ କୋଟିରେ ପହଞ୍ଚିଲା
- Mysanket News
- June 16, 2026
- 0
ଭୁବନେଶ୍ୱର: ରାଜ୍ୟର ମୋଟ ଭୋଟରଙ୍କ ସଂଖ୍ୟା ଏବେ ୩.୩୧ କୋଟିରେ ପହଞ୍ଚିଛି। ନିର୍ବାଚନ କମିଶନଙ୍କ ଦ୍ୱାରା ହୋଇଥିବା ସ୍ୱତନ୍ତ୍ର ପୁନଃ ପରୀକ୍ଷଣ ପ୍ରକ୍ରିୟା ପରେ ଏହି ନୂଆ ତଥ୍ୟ ସାମ୍ନାକୁ ଆସିଛି। ନିର୍ବାଚନ ପ୍ରକ୍ରିୟାକୁ […]
ସ୍କୁଲ ବହି ତ୍ରୁଟିକୁ ନେଇ ଆସିଲା ତଦନ୍ତ ରିପୋର୍ଟ :୪ ଅଫିସର ନିଲମ୍ବିତ
- Mysanket News
- June 26, 2026
- 0
ଭୁବନେଶ୍ବର: ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କମିଟି ରିପୋର୍ଟ ଦେବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି l ୪ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି l ସେମାନେ ହେଲେ ପୂର୍ବତନ ଶିକ୍ଷକଶିକ୍ଷା […]
