ଭୁବନେଶ୍ୱର: ଲୋକସେବା ଭବନରେ ଆୟୋଜିତ ଅଗ୍ନିଶମ ଓ ଜରୁରୀକାଳୀନ ସେବା, ହୋମଗାର୍ଡ ଏବଂ ନାଗରିକ ସୁରକ୍ଷା କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ଦିନରେ ମହିଳାମାନେ ମଧ୍ୟ ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ବୋଲି ନିଷ୍ପତ୍ତି ହୋଇଛି । ବିଭିନ୍ନ ପ୍ରକାର ଦୁର୍ଘଟଣାରୁ ଧନ ଓ ଜୀବନକୁ ସୁରକ୍ଷା ଦେବା ସହିତ ପ୍ରତିବର୍ଷ ପାଣିରେ ବୁଡ଼ି ଘଟୁଥିବା ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ପାଇଁ ଅଗ୍ନିଶମ ବିଭାଗକୁ ଆହୁରି ଦକ୍ଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ୩୪୬ଟି ଦମକଳ କେନ୍ଦ୍ର ମାଧ୍ୟମରେ ଅବିଳମ୍ବେ ସେବା ପ୍ରଦାନକୁ ଗୁରୁତ୍ୱ ଦିଆଯାଉଛି । ଅଗ୍ନିଶମ ସେବାକୁ ଅଧିକ ସକ୍ରିୟ, ଅଗ୍ନି ସୁରକ୍ଷା ଲାଇସେନ୍ସ ପ୍ରଦାନ ଏବଂ ପ୍ରତ୍ୟେକ କାର୍ଯ୍ୟକୁ ସହଜ, ସୁଗମ ଓ ତ୍ୱରିତ କରାଯିବା ନେଇ ଅଗ୍ନିଶମ ସେବା ପୋର୍ଟାଲ ୨.୦ କାର୍ଯ୍ୟକାରୀ ହୋଇଛି ବୋଲି ଅଗ୍ନିଶମ ସେବା ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଥିଲେ । ପ୍ରତ୍ୟେକ ଅଗ୍ନିଶମ କର୍ମଚାରୀଙ୍କୁ ବିଭିନ୍ନ କାର୍ଯ୍ୟ ସମେତ ନିର୍ଦିଷ୍ଟ ଗୋଟିଏ ବିଷୟରେ ଯଥା ସ୍କୃ ଡାଇଭର, ପ୍ରାଥମିକ ଚିକିତ୍ସା, ସର୍ଚ୍ଚ ଏବଂ ଉଦ୍ଧାର, ଫାୟାର ଫାଇଟର ଟ୍ରେନର, ଜଙ୍ଗଲ ନିଆଁ ଲିଭାଇବା, ଦୁର୍ଘଟଣା ପ୍ରତିକ୍ରିୟା, କେ-୯, କମାଣ୍ଡ ସେଣ୍ଟର ବିଶେଷଜ୍ଞ ଆଦି କ୍ଷେତ୍ରରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇ ବିଶେଷଜ୍ଞ ବ୍ୟାଚ୍ ପ୍ରଦାନର ବ୍ୟବସ୍ଥା ଆରମ୍ଭ କରାଯାଇଛି ବୋଲି ଜଣାଯାଇଛି ।
Related Posts
ମାଟି ମାଫିଆଙ୍କୁ ଗିରଫ କଲା ଜିଲ୍ଲା ପ୍ରଶାସନ
- Mysanket News
- May 15, 2026
- 0
ଜଗତସିଂହପୁର: ମାଟି ମାଫିଆଙ୍କ ଉପରେ ଜିଲ୍ଲା ପ୍ରଶାସନର ଚଢ଼ାଉ। ଛଦ୍ମବେଶରେ ଅଭିଯୁକ୍ତଙ୍କୁ ଅନସ୍ପଟ ମାଡିବସିଲେ ତଦନ୍ତକାରୀ ଟିମ। ଜିଲ୍ଲାପାଳ ଏବଂ ଏସପିଙ୍କ ରାତି ଅଧିଆ ଅପରେସନ। ସୁଚନା ଥାଉ ଯେ, ଜଗତସିଂହପୁର ଜିଲ୍ଲା ଫତେପୁର […]
ବଡ଼ବିଲ ବାଇପାସ ରିଙ୍ଗରୋଡ଼ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
- Mysanket News
- April 13, 2026
- 0
ଭୁବନେଶ୍ୱର: ବଡ଼ବିଲ ଠାରେ ବଡ଼ବିଲ ବାଇପାସ ରିଙ୍ଗରୋଡ଼ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରି ବଡ଼ବିଲ ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷିତ ସ୍ବପ୍ନ ପୂରଣ କରିଛନ୍ତି। ଗତବର୍ଷ ଘଟଗାଁ ଠାରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଶୃତି ଦେଇଥିଲେ। ଏହି […]
ବିଜେଡିରୁ ନିଲମ୍ବିତ ହେଲେ ଶଶୀ ସାହୁ
ଭୁବନେଶ୍ବର: ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁଙ୍କୁ ନିଲମ୍ବିତ କରିଛି ବିଜେଡି। ବିଶୃଙ୍ଖଳିତ କାର୍ଯ୍ୟକଳାପ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ ଶଶୀ ସାହୁ ବିଜୁ ଜନତା ଦଳରେ ସାମିଲ […]
