ସରକାରୀ ଗାଡ଼ିର ‘ରାଇଡ୍ ସେୟାରିଂ’ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଯାନବାହାନର ସଚେତନ ଏବଂ ସଂଯମୀ ବ୍ୟବହାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଆଦେଶ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ଇନ୍ଧନ ଏବଂ ଶକ୍ତିର ସୁଚିନ୍ତିତ ଓ ପୋଷଣୀୟ ପରିଚାଳନା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଅନାବଶ୍ୟକ ଇନ୍ଧନ ଖର୍ଚ୍ଚ କାଟ୍ କରିବା ଏବଂ ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି ଯେ ସରକାରୀ ଗାଡ଼ିର ସହଭାଗୀ ବ୍ୟବହାର ବିଭାଗର ଯେଉଁ ଅଧିକାରୀମାନେ ସରକାରୀ କାର୍ଯ୍ୟ ପାଇଁ ଯାନବାହାନ ବ୍ୟବହାର କରୁଛନ୍ତି, ସେମାନଙ୍କୁ ବିଶେଷ କରି ବିଭିନ୍ନ ବୈଠକ, ସରକାରୀ ପରିଦର୍ଶନ, ଯାଞ୍ଚ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମୟରେ ‘ରାଇଡ୍ ସେୟାରିଂ‘ କରିବାକୁ ପରାମର୍ଶ ଓ ଉତ୍ସାହିତ କରାଯାଇଛି। ଏହି ସାମୂହିକ ଓ ସଚେତନ ପ୍ରୟାସ ମାଧ୍ୟମରେ ଉଚ୍ଚ ପ୍ରଶାସନିକ ଶୃଙ୍ଖଳା ପ୍ରଦର୍ଶନ କରିବା ସହ ବର୍ତ୍ତମାନର ବିଶ୍ୱ ଆର୍ଥିକ ଓ ଶକ୍ତି-ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକର ସଫଳ ମୁକାବିଲାରେ ରାଷ୍ଟ୍ରକୁ ସହାୟତା କରିବା ପାଇଁ ଶ୍ରୀମତୀ ପାଢୀ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସକ୍ରିୟ ସହଯୋଗ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *