ବିକଶିତ ଓଡ଼ିଶା ୨୦୩୬: ରାଜ୍ୟର ପରିବହନ ବ୍ୟବସ୍ଥାର ହେବ ଆଧୁନିକୀକରଣ

ଭୁବନେଶ୍ୱର: ‘ବିକଶିତ ଓଡ଼ିଶା ୨୦୩୬’ ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଅଧିକ ଆଧୁନିକ ଓ ସୁଗମ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ଏବଂ ଭୋପାଳସ୍ଥିତ ‘ସ୍କୁଲ୍ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍‌ଚର’ (SPA) ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ, ସଡ଼କ, ରେଳ, ଜଳପଥ ଏବଂ ବିମାନ ଚଳାଚଳ ଆଦି ସମସ୍ତ ପ୍ରମୁଖ କ୍ଷେତ୍ରକୁ ନେଇ ଏକ ସମନ୍ୱିତ ଓ ଦୀର୍ଘମିଆଦୀ ‘ଭିଜନ ଡକୁମେଣ୍ଟ’ ପ୍ରସ୍ତୁତ କରାଯିବ। ଏହି ବୃହତ ଯୋଜନା ଅଧୀନରେ ସାର୍ବଜନୀନ ଯାତ୍ରୀ ପରିବହନ ଓ ମାଲ୍ ପରିବହନ ନେଟୱର୍କକୁ ଅଧିକ ସହଜ ତଥା କାର୍ଯ୍ୟକ୍ଷମ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି। ଆଗାମୀ ୫ ମାସ ଭିତରେ ଏସପିଏ ଭୋପାଳ ଏହାର ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ, ଏହାପରେ ରାଜ୍ୟରେ ଭିତ୍ତିଭୂମି ବିକାଶ ପାଇଁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *