ନୂଆ ପାସପୋର୍ଟ ଓ ଜାତୀୟ ପରିଚୟପତ୍ର ପାଇଁ କଲେ ଆବେଦନ କଲେ ଶେଖ୍ ହସିନା

ନୂଆଦିଲ୍ଲୀ: ଭାରତରେ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବାଂଲାଦେଶୀ ନାଗରିକତା ଆଧାରରେ ନୂତନ ପାସପୋର୍ଟ ଏବଂ ଜାତୀୟ ପରିଚୟପତ୍ର ପାଇଁ ସେ ଆବେଦନ କରିଥିବା ବେଳେ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଦେଶକୁ ଫେରି ଅଦାଲତରେ ଆତ୍ମସମର୍ପଣ କରିବାକୁ ଯୋଜନା ରଖିଛନ୍ତି। ୨୦୨୪ ମସିହାରେ ସଂଗଠିତ ଛାତ୍ର ଆନ୍ଦୋଳନ ସମୟରେ ଘଟିଥିବା ହିଂସାକାଣ୍ଡକୁ ନେଇ ବାଂଲାଦେଶର ଟ୍ରିବ୍ୟୁନାଲ୍ ତାଙ୍କୁ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ବର୍ତ୍ତମାନ ହସିନାଙ୍କ ଏହି ଆବେଦନ ଉପରେ ଆଇନଗତ ଯାଞ୍ଚ କରାଯାଉଥିବା ବେଳେ, ଆନୁଷ୍ଠାନିକ କାର୍ଯ୍ୟ ଶେଷ ହେବା ପରେ ତାଙ୍କ ଫେରିବା ତାରିଖ ସ୍ପଷ୍ଟ ହେବ ବୋଲି ସହଯୋଗୀମାନେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *