ଫିଫା ବିଶ୍ୱକପରେ ଅଘଟଣ, ପଡ଼ିଆରେ ପିଟାପିଟି ହେଲେ ଦୁଇ ଦେଶର ଖେଳାଳି

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ରେ ପଡ଼ିଆରେ ବାଡ଼ିଆବାଡ଼ି ହୋଇଛନ୍ତି କାନାଡା ଓ କତରର ଖେଳାଳି। ଆଜି ଗ୍ରୁପ ବିର ମ୍ୟାଚ୍‌ରେ କାନାଡା ୬-୦ରେ କତରକୁ ହରାଇଥିଲା। ମ୍ୟାଚ୍‌ ସରିବା ମାତ୍ରେ ଦୁଇ ଦେଶର ଖେଳାଳି ପରସ୍ପରକୁ ଆକ୍ରମଣ କରିଛନ୍ତି। ମାରପିଟର ଭିଡିଓ ମଧ୍ୟ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଏହି ମ୍ୟାଚ୍‌ରେ ବିଶ୍ୱକପର ଅନ୍ୟତମ ଆୟୋଜକ କାନାଡାର ଦଳ ନିଜ ଫ୍ୟାନ୍ସଙ୍କ ସାମ୍ନାରେ ବଡ଼ ବିଜୟ ମଧ୍ୟ ହାସଲ କରିଥିଲା। ହେଲେ ଏହି ବିଜୟକୁ ପ୍ରଥମେ ଦଳର ଷ୍ଟାର ଖେଳାଳି ଇସ୍ମାଇଲ କୋନେଙ୍କ ଆହତ ଫିକା କରିଥିଲା। ମ୍ୟାଚ୍‌ର ଗୋଟିଏ ମୁହୂର୍ତ୍ତରେ କତର ଖେଳାଳି ଏମିତି ଫାଉଲ ମାରିଥିଲେ ଯେ କୋନେଙ୍କ ଗୋଡ଼ ଭାଙ୍ଗି ଦୁଇ ଖଣ୍ଡ ହୋଇ ଯାଇଥିଲା। ମ୍ୟାଚ୍‌ ବେଳେ କତରର ଆସିମ୍ ମାଡିବୋଙ୍କ ବିପଦଜନକ ଟ୍ୟାକଲ୍‌ରେ ଇସ୍ମାଏଲ କୋନେଙ୍କ ବାମ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଏହି ଫାଉଲ୍ ପାଇଁ ମାଡିବୋଙ୍କୁ ରେଡ୍ କାର୍ଡ ଦିଆଯାଇଥିଲା। କୋନେଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କ ଗୋଡ଼ର ଅପରେସନ ହେବ।

 

Leave a Reply

Your email address will not be published. Required fields are marked *