ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଡକ୍ଟର ସର୍ବଣା ବିବେକ ଏମ୍ ଙ୍କୁ ଭୁବନେଶ୍ୱରର ନୂଆ ଡିସିପି (DCP) ଭାବେ ନିଯୁକ୍ତ କରାଯାଇଛି । ୨୦୧୫ ବ୍ୟାଚ୍ର ଆଇପିଏସ୍ ଅଫିସର ହେଉଛନ୍ତି ସର୍ବଣା ବିବେକ ଏମ୍ l ସୂଚନା ଅନୁଯାୟୀ ଭୁବନେଶ୍ୱର ଡିସିପି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ବ୍ରହ୍ମପୁର ଏସପି (SP) ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବତନ ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାପତ୍ର ଗ୍ରହଣ ହେବା ପରେ ସର୍ବଣା ବିବେକ ଏମ୍ଙ୍କୁ ଏହି ଦାୟିତ୍ୱ ମିଳିଛି। ସେ ପୂର୍ବରୁ ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଏବଂ ଭିଜିଲାନ୍ସ ବିଭାଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ସାରିଛନ୍ତି। ସେହିପରି ଢେଙ୍କାନାଳର ଏସପି ଭାବେ କାର୍ଯ୍ୟରତ ୨୦୧୯ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଶ୍ରୀ ଅଭିନବ ସୋନକର ବ୍ରହ୍ମପୁରର ନୂତନ ଏସ୍ ପି. ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସ୍ଥାନରେ ୨୦୨୨ ବ୍ୟାଚ୍ର ଆଇପିଏସ୍. ଅଧିକାରୀ ଶ୍ରୀ ମାନେ ଅଜିଙ୍କ୍ୟ ବାବୁରାଓ ଢେଙ୍କାନାଳର ଏସ୍ପି. ଭାବେ ନିଯୁକ୍ତ ହୋଇଛନ୍ତି । ସେ ପୂର୍ବରୁ ପାରାଦୀପର ଅତିରିକ୍ତ ଏସ୍ ପି ଭାବେ କାର୍ଯ୍ୟ କରୁଥିଲେ ।
ଭୁବନେଶ୍ୱରର ନୂଆ ଡିସିପି ଭାବେ ନିଯୁକ୍ତ ହେଲେ ଡକ୍ଟର ସର୍ବଣା ବିବେକ ଏମ୍
