ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ

ଭୁବନେଶ୍ୱର:ଆସନ୍ତାକାଲିର ରାଜ୍ୟସଭା ନିର୍ବାଚନ ଲାଗି ୩ ଦଳ ନିଜ ନିଜର ଏଜେଣ୍ଟଙ୍କ ନାଁ ଘୋଷଣା କରିଛନ୍ତି। ଆଗାମୀ ରାଜ୍ୟସଭା ନିର୍ବାଚନରେ ଶାସକ ଦଳ ବିଜେପି ପାଇଁ ନିର୍ବାଚନ ଏଜେଣ୍ଟ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଏବଂ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ। ସେହିପରି ବରିଷ୍ଠ ବିଧାୟକ ପ୍ରତାପ ଦେବ ଓ ପ୍ରମିଳା ମଲ୍ଲିକ ବିଜେଡିର ଏଜେଣ୍ଟ ଭାବେ କାମ କରିବେ। କଂଗ୍ରେସର ଏଜେଣ୍ଟ ରହିବେ ପିସିସି ସଭାପତି ଭକ୍ତଚରଣ ଦାସ।ଏହା ପୂର୍ବରୁ ଶାସନ ଦଳ ଏହାର ବିଧାୟକମାନଙ୍କୁ ଏକ ହ୍ୱିପ୍ ଜାରି କରିଥିଲା ଏବଂ ମାର୍ଚ୍ଚ ୧୬ରେ ଓଡ଼ିଶା ବିଧାନସଭାରେ ଉପସ୍ଥିତ ରହିବାକୁ କହିଥିଲା। ଏହା ସହ ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ସେମାନଙ୍କର ବିଧାୟକମାନଙ୍କୁ ହ୍ୱିପ୍ ଜାରି କରିଥିଲା।

Leave a Reply

Your email address will not be published. Required fields are marked *