ଦଶମ ଶ୍ରେଣୀ ଛାତ୍ର ନବମ ଶ୍ରେଣୀର ଛାତ୍ରଙ୍କୁ ପିଟିଲେ, ଭିଡିଓ ଭାଇରାଲ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ରିଭଲକୋଣା ସରକାରୀ ଆବାସିକ ବିଦ୍ୟାଳୟରେ ରାଗିଂ ଏବଂ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ହଷ୍ଟେଲରେ ସିନିଅର ଛାତ୍ରମାନେ ଜୁନିଅର ଛାତ୍ରମାନଙ୍କୁ ନିର୍ଦ୍ଦୟ ଭାବରେ ପିଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ, ଜଣେ ଦଶମ ଶ୍ରେଣୀର ଛାତ୍ର ନଡ଼ିଆ ବାହୁଙ୍ଗା, ବାଡ଼ି ଓ କ୍ରିକେଟ ବ୍ୟାଟରେ ଜଣେ ପରେ ଜଣେ ୨୭ ଜଣ ନବମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ଅଭିଯୋଗ ଅନୁସାରେ, ଉକ୍ତ ଦଶମ ଶ୍ରେଣୀ ଛାତ୍ରଙ୍କ ବିରୋଧରେ ପ୍ରଧାନଶିକ୍ଷକଙ୍କ ନିକଟରେ ଅଭିଯୋଗ କରାଯିବା ପରେ ସେ ପ୍ରତିଶୋଧପରାୟଣ ହୋଇ ରାତି ପ୍ରାୟ ୧୨ଟା ବେଳେ ନବମ ଶ୍ରେଣୀ ଛାତ୍ରମାନଙ୍କୁ ମାଡ଼ ମାରିଥିଲେ। ଅଭିଯୁକ୍ତ ଛାତ୍ର ସେମାନଙ୍କୁ ପିଟୁଥିବା ବେଳେ ଅନ୍ୟ କିଛି ସିନିୟର ଛାତ୍ର ମଧ୍ୟ ସେଠାରେ ଉପସ୍ଥିତ ଥାଇ ଘଟଣାର ଭିଡିଓ ମୋବାଇଲରେ ରେକର୍ଡ କରୁଥିଲେ। ଯେଉଁ ପିଲା ରାଗିଂ କରିଥିଲେ, ତାଙ୍କ ବିରୋଧରେ ଥାନାରେ ଏଫଆଇଆର ଦିଆଯାଇଛି। ଘଟଣା ସଂପର୍କରେ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ କରାଯାଇଛି।

Leave a Reply

Your email address will not be published. Required fields are marked *