ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ, ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାର୍ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିଲା । ଫଳରେ ପ୍ରାୟ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରୁ ୭ ଜଣ ଓଡ଼ିଆ ଥିବାବେଳେ କାର ଡ୍ରାଇଭରକୁ ମିଶାଇ ୮ ଜଣ ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ, ଦୁଇ ଜଣ ମହିଳା ଏବଂ ତିନି ଜଣ ପୁରୁଷ ଅଛନ୍ତି। ମୃତ ୭ ଜଣ ଓଡ଼ିଆ ଭୁବନେଶ୍ୱରସ୍ଥିତ ଜୟଦେବ ବିହାର ଅଞ୍ଚଳର ବୋଲି ସୂଚନା ମିଳିଛି । ଜୟଦେବ ବିହାର ଅଞ୍ଚଳରେ ଥିବା ବନା ଢ଼ାବାର ମାଲିକଙ୍କର ପରିବାର ଏହି ଘଟଣାରେ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ, କାର୍ରେ ଯାତ୍ରା କରୁଥିବା ଲୋକମାନେ ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ଦର୍ଶନ ପାଇଁ ଆସିଥିଲେ। ମନ୍ଦିର ନିକଟସ୍ଥ ଏକ ନାଳ ଅତିକ୍ରମ କରିବା ସମୟରେ ଗାଡ଼ିଟି ପାଣିର ପ୍ରଖର ସ୍ରୋତର ଭାସିଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ନାଳରୁ ଗାଡ଼ି ଓ ମୃତଦେହଗୁଡ଼ିକୁ ବାହାର କରିଥିଲା।
Related Posts
ପ୍ରତିରକ୍ଷା ତଥ୍ୟ ଲିକ୍ କରି ଗିରଫ ହେଲେ ବାୟୁସେନା ଅଧିକାରୀ
- Mysanket News
- August 8, 2026
- 0
ନୂଆଦିଲ୍ଲୀ:ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ‘ହନିଟ୍ରାପ୍’ ରେ ଶିକାର ହୋଇ ଦେଶର ସମ୍ବେଦନଶୀଳ ପ୍ରତିରକ୍ଷା ତଥ୍ୟ ଲିକ୍ କରିବା ଅଭିଯୋଗରେ ଜଣେ ୪୪ ବର୍ଷୀୟ ଭାରତୀୟ ବାୟୁସେନା (IAF) ୱିଙ୍ଗ କମାଣ୍ଡରଙ୍କୁ ଦିଲ୍ଲୀ ପୋଲିସ ଦ୍ୱାରା […]
RSS ମୁଖ୍ୟାଳୟ ନିକଟରୁ ବିପୁଳ ବିସ୍ଫୋରକ ଜବତ;ସମଗ୍ର ଅଞ୍ଚଳକୁ ସିଲ୍ କଲା ପୋଲିସ
- Mysanket News
- April 7, 2026
- 0
ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁର ସହରର ବ୍ୟସ୍ତମୟ ଅଞ୍ଚଳ ମଧ୍ୟରୁ ଗୋଟିଏ ସିଏ୍ ରୋଡ୍ ସ୍ଥିତ ଦୋସର ଭବନ ଛକ ନିକଟରୁ ପ୍ରଚୁର ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଉଜ୍ଜଳ […]
ଟି-୨୦ ବିଶ୍ୱକପରୁ ବାଦ୍ ପଡିଲା ପାକିସ୍ତାନ
- Mysanket News
- March 1, 2026
- 0
ନୂଆଦିଲ୍ଲୀ : ସୁପର-୮ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପାକିସ୍ତାନ ଶ୍ରୀଲଙ୍କାକୁ ୫ ରନରେ ହରାଇଛି । ହେଲେ ବିଜୟ ପରେ ବି ପାକିସ୍ତାନ ଚଳିତ ଟି-୨୦ ବିଶ୍ୱକପରୁ ବାଦ୍ ପଡିଛି । ଗ୍ରୁପ ବି ରୁ […]
