୭ଟି ବିଶ୍ୱବିଦ୍ୟାଳୟକୁ ତୁରନ୍ତ NAAC ନବୀକରଣ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ୭ଟି ସରକାରୀ ବିଶ୍ୱବିଦ୍ୟାଳୟକୁ NAAC ମାନ୍ୟତା ନବୀକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମାନ୍ୟତା ନବୀକରଣ ପ୍ରକ୍ରିୟାରେ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ। ଏଥିସହ UGC ସହ ମଧ୍ୟ ଯୋଗାଯୋଗରେ ରହିଛି ଉଚ୍ଚଶିକ୍ଷା ବିଭାଗ । ଏହି ତାଲିକାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ, ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ରହିଛନ୍ତି । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ‘ଯେଉଁମାନେ NAAC ମାନ୍ୟତା ନବୀକରଣ କରି ନାହାଁନ୍ତି, ସେମାନଙ୍କୁ ତୁରନ୍ତ କରିବା ପାଇଁ କୁହାଯାଇଛି । ଏଥିପାଇଁ ଆବଶ୍ୟକ ସହଯୋଗ ମଧ୍ୟ କରାଯାଉଛି । ଏ ନେଇ ଆମେ ୟୁଜିସି ସହ ଯୋଗାଯୋଗରେ ରହିଛୁ । ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି । ୧୪୦୦ରୁ ଅଧିକ ପ୍ରାଧ୍ୟାପକ, ସହଯୋଗୀ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକ ପଦବୀ ପୂରଣ ପାଇଁ ସାକ୍ଷାତକାର ଚାଲିଛି । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ । ଅନ୍ୟପଟେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ସାକ୍ଷାତକାର ପ୍ରକ୍ରିୟା ମଧ୍ୟ ସରିଛି । NIRF ସମେତ ଅନ୍ୟାନ୍ୟ ରାଙ୍କିଂ ହାସଲ ପାଇଁ କାର୍ଯ୍ୟ ଜାରି ରହିଛି’ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ।

Leave a Reply

Your email address will not be published. Required fields are marked *