ନୂଆଦିଲ୍ଲୀ: ଡାକ୍ତରୀ ପ୍ରେସକ୍ରିପସନ ବିନା ମେଡିକାଲ ଦୋକାନରେ ମିଳିବ ନାହିଁ କଫ୍ ସିରପ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶନାମା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଫ୍ ସିରପକୁ ‘ସିଡ୍ୟୁଲ୍ K’ ତାଲିକାରୁ ବାଦ୍ ଦେଇଛି । ଏହାର ଅର୍ଥ ହେଉଛି, ଏଣିକି କଫ୍ ସିରପ କିଣିବା ପାଇଁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ବା ଅନୁମତି ପତ୍ର ବାଧ୍ୟତାମୂଳକ । ଏ ପର୍ଯ୍ୟନ୍ତ ଆମେ ଫାର୍ମାସିରୁ ବିନା ପ୍ରେସକ୍ରିପସନରେ କଫ୍ ସିରପ କିଣି ପାରୁଥିଲୁ । ମାତ୍ର କେନ୍ଦ୍ର ସରକାର ଜୁନ୍ ୯, ୨୦୨୬ରୁ ନୂଆ ନିୟମ ଲାଗୁ କରିଛନ୍ତି । ସମସ୍ତ କଫ୍ ସିରପ ପାଇଁ ଡାକ୍ତରୀ ପରାମର୍ଶ ଆବଶ୍ୟକ । କାଶ ପାଇଁ ବ୍ୟବହୃତ ଲଜେଞ୍ଜ୍, ବଟିକା କିମ୍ବା ଟାବଲେଟ୍ ଏହି ନିୟମରୁ ବାଦ୍ ପଡ଼ିଛନ୍ତି । ନୂଆ ପରିବର୍ତ୍ତନ ପରେ କଫ୍ ସିରପ୍ ବିକ୍ରି ଏବଂ ବିତରଣ କେବଳ ଲାଇସେନ୍ସ ପ୍ରାପ୍ତ ମେଡିକାଲ ଷ୍ଟୋର କିମ୍ବା ଫାର୍ମାସୀ ଜରିଆରେ କରାଯାଇପାରିବ । ସୂଚନା ଥାଉ ଯେ, ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରେ ବିଷାକ୍ତ କଫ୍ ସିରପ ସେବନ ଯୋଗୁଁ ୨୨ ଜଣ ଶିଶୁଙ୍କ ମୃତ୍ୟୁ ହେବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ପୂର୍ବରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଏବଂ ବିଦେଶରେ ଏଭଳି ବିଷାକ୍ତ ସିରପ ଯୋଗୁଁ ଶିଶୁ ମୃତ୍ୟୁର ଅନେକ ଘଟଣା ସାମ୍ନାକୁ ଆସିଛି । ଅନେକ ସିରପରେ ‘ଡେକ୍ସଟ୍ରୋମେଥୋର୍ଫାନ୍’ ଭଳି ଉପାଦାନ ଥାଏ, ଯାହା ଛୋଟ ଶିଶୁଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ ।
Related Posts
ପିଏମ ମୋଦୀଙ୍କୁ ଭେଟିଲେ Amazon କମ୍ପାନୀର ସିଇଓ
- Mysanket News
- June 25, 2026
- 0
ନୂଆଦିଲ୍ଲୀ: ଆମେରିକାର ଇ-କମର୍ସ ଜାଏଣ୍ଟ ଆମାଜନର ସିଇଓ ଆଣ୍ଡି ଜେସି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଭାରତରେ ୪ ବର୍ଷ ମଧ୍ୟରେ Amazon ୪୮ ବିଲିୟନ୍ ଡଲାର ନିବେଶ କରିବାକୁ ଯାଉଛି […]
ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀପରିଷଦର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ
- Mysanket News
- May 22, 2026
- 0
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀପରିଷଦର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀସ୍ଥିତ ‘ସେବା ତୀର୍ଥ’ଠାରେ ଦୀର୍ଘ ୪ରୁ ୫ ଘଣ୍ଟା ଧରି ଚାଲିଥିବା […]
ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚରେ ହାତାହାତି ହେଲେ ଦର୍ଶକ
- Mysanket News
- April 23, 2026
- 0
ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଚାଲିଥିବା ସମୟରେ ଦର୍ଶକ ପରସ୍ପରକୁ ମାଡ ମାରିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ମ୍ୟାଚ […]
