ନୂଆଦିଲ୍ଲୀ: ଡାକ୍ତରୀ ପ୍ରେସକ୍ରିପସନ ବିନା ମେଡିକାଲ ଦୋକାନରେ ମିଳିବ ନାହିଁ କଫ୍ ସିରପ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶନାମା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଫ୍ ସିରପକୁ ‘ସିଡ୍ୟୁଲ୍ K’ ତାଲିକାରୁ ବାଦ୍ ଦେଇଛି । ଏହାର ଅର୍ଥ ହେଉଛି, ଏଣିକି କଫ୍ ସିରପ କିଣିବା ପାଇଁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ବା ଅନୁମତି ପତ୍ର ବାଧ୍ୟତାମୂଳକ । ଏ ପର୍ଯ୍ୟନ୍ତ ଆମେ ଫାର୍ମାସିରୁ ବିନା ପ୍ରେସକ୍ରିପସନରେ କଫ୍ ସିରପ କିଣି ପାରୁଥିଲୁ । ମାତ୍ର କେନ୍ଦ୍ର ସରକାର ଜୁନ୍ ୯, ୨୦୨୬ରୁ ନୂଆ ନିୟମ ଲାଗୁ କରିଛନ୍ତି । ସମସ୍ତ କଫ୍ ସିରପ ପାଇଁ ଡାକ୍ତରୀ ପରାମର୍ଶ ଆବଶ୍ୟକ । କାଶ ପାଇଁ ବ୍ୟବହୃତ ଲଜେଞ୍ଜ୍, ବଟିକା କିମ୍ବା ଟାବଲେଟ୍ ଏହି ନିୟମରୁ ବାଦ୍ ପଡ଼ିଛନ୍ତି । ନୂଆ ପରିବର୍ତ୍ତନ ପରେ କଫ୍ ସିରପ୍ ବିକ୍ରି ଏବଂ ବିତରଣ କେବଳ ଲାଇସେନ୍ସ ପ୍ରାପ୍ତ ମେଡିକାଲ ଷ୍ଟୋର କିମ୍ବା ଫାର୍ମାସୀ ଜରିଆରେ କରାଯାଇପାରିବ । ସୂଚନା ଥାଉ ଯେ, ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରେ ବିଷାକ୍ତ କଫ୍ ସିରପ ସେବନ ଯୋଗୁଁ ୨୨ ଜଣ ଶିଶୁଙ୍କ ମୃତ୍ୟୁ ହେବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ପୂର୍ବରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଏବଂ ବିଦେଶରେ ଏଭଳି ବିଷାକ୍ତ ସିରପ ଯୋଗୁଁ ଶିଶୁ ମୃତ୍ୟୁର ଅନେକ ଘଟଣା ସାମ୍ନାକୁ ଆସିଛି । ଅନେକ ସିରପରେ ‘ଡେକ୍ସଟ୍ରୋମେଥୋର୍ଫାନ୍’ ଭଳି ଉପାଦାନ ଥାଏ, ଯାହା ଛୋଟ ଶିଶୁଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ ।
Related Posts
ଟିଏମସି ନେତା ଜାହାଙ୍ଗୀର ଖାନଙ୍କ ପତ୍ନୀ ରେଜିନା ବିବି ଗିରଫ
- Mysanket News
- June 20, 2026
- 0
ପଶ୍ଚିମବଙ୍ଗ: ଟିଏମସି ନେତା ଜାହାଙ୍ଗୀର ଖାନଙ୍କୁ ମୁକ୍ତ କରିବାର ଷଡ଼ଯନ୍ତ୍ର ଏବଂ ପଶ୍ଚିମବଙ୍ଗର ଫାଲ୍ଟା ପୋଲିସ ଷ୍ଟେସନ ଉପରେ ଆକ୍ରମଣ ମାମଲାରେ ତାଙ୍କ ପତ୍ନୀ ରେଜିନା ବିବିଙ୍କୁ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, […]
ପଶ୍ଚିମବଙ୍ଗର ଫଲଟା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ମତଦାନ କେନ୍ଦ୍ରରେ ହେବ ପୁଣିଥରେ ମତଦାନ
- Mysanket News
- May 3, 2026
- 0
ପଶ୍ଚିମବଙ୍ଗ:ନିର୍ବାଚନ କମିଶନ ପଶ୍ଚିମବଙ୍ଗର ଫାଲତା ବିଧାନସଭା ଆସନରେ ହୋଇଥିବା ମତଦାନକୁ ରଦ୍ଦ କରିଦେଇଛନ୍ତି । ଏପ୍ରିଲ ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଏଠାରେ ଇଭିଏମ୍ ହେରଫେର ଓ ବ୍ୟାପକ ହିଂସାକାଣ୍ଡ ଘଟିଥିଲା […]
ମିସ୍ ୱାର୍ଲ୍ଡ- ୨୦୨୬ ମୁକୁଟ ବିଜୟିନୀ ହେଲେ ଜୋହେରୀ ମୋଲା
- Mysanket News
- September 6, 2026
- 0
ନୂଆଦିଲ୍ଲୀ: ଭିଏତନାମ୍ରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ ରିପବ୍ଲିକର ସୁନ୍ଦରୀ ଜୋହେରୀ ମୋଲା ଚଳିତ ବର୍ଷର ‘ମିସ୍ ୱାର୍ଲ୍ଡ ୨୦୨୬’ ମୁକୁଟ ନିଜ ନାମରେ କରିଛନ୍ତି […]
