ମୋବାଇଲ ପାଇଁ ଜୀବନ ହାରିଲେ ନାବାଳିକା

ରାଇରଙ୍ଗପୁର: ବାଲେଶ୍ବର ଜିଲ୍ଲାର ବରହମପୁର ଥାନା ଅନ୍ତର୍ଗତ ଗୋପପାଳ ଗ୍ରାମରେ ଜଣେ ନାବାଳିକା ମୋବାଇଲ ଫୋନ୍ ପାଇଁ ଜୀବନ ହାରିଛନ୍ତି । ମା’ ମୋବାଇଲ ଛଡ଼ାଇ ନେବାରୁ ୧୫ ବର୍ଷୀୟା ନାବାଳିକା ଜଣକ ନିଜ ଜୀବନ ହାରିବା ପରି ଚରମ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ, ଆଜିବରହମପୁର ଥାନା ଅନ୍ତର୍ଗତ ଗୋପପାଳ ଗ୍ରାମର ଦୁର୍ଗା ନାଏକଙ୍କ ୧୫ ବର୍ଷୀୟା ଝିଅ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି । ପ୍ରତ୍ୟେକ ଦିନ ସବୁ ସମୟରେ ଝିଅ ମୋବାଇଲ ଧରିବାକୁ ନେଇ ବାପା ଓ ମା’ ତାଗିଦ କରୁଥିବା ବେଳେ ଝିଅ କୌଣସି କଥା ଶୁଣୁ ନଥିଲେ । ଆଜି ନାବାଳିକାଙ୍କ ମା’ ଝିଅଠାରୁ ମୋବାଇଲ ଛଡ଼ାଇ ନେଇଥିଲେ । ସେ ସମୟରେ ନାବାଳିକାର ମାମୁଁ ମଧ୍ୟ ଘରକୁ ଆସି ପହଞ୍ଚିଥିଲେ । ମାଆ ଓ ମାମୁଁ ବହୁତ ବୁଝାଇବା ପରେ ମଧ୍ୟ ମୋବାଇଲ ନ ପାଇ ଝିଅ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା । ଏହାର ଠିକ୍ ପରେ ଘରର ଗୋଟିଏ କୋଠରୀରେ ଭିତର ପଟୁ କବାଟ ବନ୍ଦ କରିଦେଇ କୀଟନାଶକ ଔଷଧ ଖାଇ ଦେଇଥିଲେ ନାବାଳିକା । ବହୁ କଷ୍ଟରେ ପରିବାର ଲୋକେ କବାଟ ଖୋଲି ଗୁରୁତର ଅବସ୍ଥାରେ ଝିଅକୁ ନେଇ ଉଦଳା ମେଡିକାଲ ଆଣି ସେଠାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ଝିଅର ମୃତ୍ୟୁ ଘଟିଥିଲା । ସାମାନ୍ୟ ମୋବାଇଲ ପାଇଁ ଆଜି ଗୋଟିଏ ନାବାଳିକା ନିଜ ଜୀବନ ହାରି ଦେବାର ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *