ଜାପାନ ଓପନ ଟାଇଟଲ୍ ଜିତି ଇତିହାସ ରଚିଲେ ପି.ଭି. ସିନ୍ଧୁ

ନୂଆଦିଲ୍ଲୀ: ଭାରତର ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ରବିବାର ଇତିହାସ ରଚିଛନ୍ତି। ଜାପାନ ଓପନ୍ ଟାଇଟଲର ମହିଳା ସିଙ୍ଗଲ୍ସ ଫାଇନାଲରେ ବିଶ୍ୱ ଚାମ୍ପିଅନ ଅକାନେ ୟାମାଗୁଚିଙ୍କୁ ପରାସ୍ତ କରି ସେ ଏହି ଗୌରବ ହାସଲ କରିଛନ୍ତି। ମାତ୍ର ୫୦ ମିନିଟ୍‌ ମଧ୍ୟରେ ୨୧-୧୭, ୨୧-୧୭ ରେ ଏକ ଚମତ୍କାର ବିଜୟ ହାସଲ କରିଥିଲେ। ସିନ୍ଧୁ ଏବଂ ୟାମାଗୁଚିଙ୍କ ମଧ୍ୟରେ ଏହା କ୍ୟାରିୟରର ୩୦ତମ ମୁକାବିଲା ଥିଲା। ଏହି ଟାଇଟଲ୍ ଜିତିବାରେ ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇ ଯାଇଛନ୍ତି। ୨୦୧୯ ରେ ବିଶ୍ୱ ଚାମ୍ପିଅନ୍ସିପ୍ ଜିତିବାର ସାତ ବର୍ଷ ପରେ ଏହା ସିନ୍ଧୁଙ୍କ ପ୍ରଥମ ବଡ଼ ଟାଇଟଲ୍ ସଫଳତା।

Leave a Reply

Your email address will not be published. Required fields are marked *