ଆଜିଠୁ ଆରମ୍ଭ ହେବ ଫିଫା ବିଶ୍ୱକପ୍

ମେକ୍ସିକୋ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଫିଫା ବିଶ୍ୱକପ୍ l ଏଥିରେ ସର୍ବାଧିକ ୪୮ ଦେଶ ଭାଗ ନେଉଛନ୍ତି। ଏଥିଯୋଗୁ ବିଶ୍ୱକପ୍‌ର ମ୍ୟାଚ୍‌ ସଂଖ୍ୟା ୧୦୪ରେ ପହଞ୍ଚିଛି, ଯାହାକି ପୂର୍ବ ସମସ୍ତ ସଂସ୍କରଣ ତୁଳନାରେ ସର୍ବାଧିକ। ଏହି ସମ୍ମାନଜନକ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ସମାରୋହ ମେକ୍ସିକୋ, କାନାଡା ଓ ଆମେରିକାରେ ହେବ। ଗୁରୁବାର ମେକ୍ସିକୋ ସିଟିସ୍ଥିତ ଐତିହାସିକ ଇଷ୍ଟାଡିଓ ଆଜ୍‌ଟେକାରେ ଆନୁଷ୍ଠାନିକ ଭାବେ ବିଶ୍ୱକପ୍‌ ଆରମ୍ଭ ହେବ। ଏଥିରେ ଗ୍ଲୋବାଲ ସୁପରଷ୍ଟାର ଶକିରା ଓ ବର୍ନା ବୟ ଟୁର୍ନାମେଣ୍ଟର ଆନୁଷ୍ଠାନିକ ସଂଗୀତ ‘ଦାଇ ଦାଇ’ରେ ପ୍ରଥମ ଥର ପାଇଁ ପରଫର୍ମ କରିବେ। ଏହି ଅବସରରେ ବଲିଉଡ୍‌ର ନୋରା ଫତେଇ ମଧ୍ୟ ପରଫର୍ମ କରିବେ। ଫୁଟ୍‌ବଲ କିମ୍ବଦନ୍ତୀ ପେଲେ ଓ ଡିଏଗୋ ମାରାଡୋନାଙ୍କୁ ଏହି ସମାରୋହରେ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି ଦିଆଯିବ। ଟୁର୍ନାମେଣ୍ଟର ପ୍ରାୟ ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ମଧ୍ୟରାତ୍ର ପରେ ଆରମ୍ଭ ହେବାକୁଥିବାରୁ ଭାରତରେ ପ୍ରସାରଣ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଶେଷରେ ଜି’ ଏଣ୍ଟରଟେନ୍‌ମେଣ୍ଟ ବିଶ୍ୱକପ୍‌ ଲାଗି ପ୍ରସାରଣ ଅଧିକାର ହାସଲ କରିଥିଲା। ଏଥିଯୋଗୁ ୟୁନାଇଟ୍‌ ୮ ସ୍ପୋଟର୍‌ସ ଏବଂ ଜି୫ ଆପ୍‌ରେ ପୂରା ଟୁର୍ନାମେଣ୍ଟ ପ୍ରସାରିତ ହେବ।ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳାଯିବ।

Leave a Reply

Your email address will not be published. Required fields are marked *