ରାଜଧାନୀରେ ପୁଣି ଦୁର୍ଘଟଣା, ଲୁହା ବୋଝେଇ ଟ୍ରକକୁ ପିଟିଲା ଅନ୍ୟ ଏକ ଟ୍ରକ

ଭୁବନେଶ୍ୱର: ଖଣ୍ଡଗିରି ଓଭରବ୍ରିଜ୍ ଉପରେ ପୁଣି ଦୁର୍ଘଟଣା | କଲିକତାରୁ ତାମିଲନାଡୁ ଅଭିମୁଖେ ଯାଉଥିବା ଏକ ଲୁହା ବୋଝେଇ ଟ୍ରକକୁ ପିଟିଛି ଅନ୍ୟ ଏକ ମାଲ୍ ବୋଝେଇ ଟ୍ରକ। ଦୁର୍ଘଟଣାରେ ମାଲ ବୋଝେଇ ଟ୍ରକ ଡ୍ରାଇଭର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗାଡି ଭିତରେ ଫସି ରହିଥିଲେ। ଅଗ୍ନିଶମ ବାହିନୀ ଗ୍ୟାସ୍ କଟରରେ ଟ୍ରକ୍ ଡୋର୍ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ବହୁ ଗାଡି ଅଟକି ରହିଥିଲା। ଖବର ପାଇ ଘଟଣାସ୍ଥଳରେ ପିସିଆର ଏବଂ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ପରେ ସ୍ଥିତି ସୁଧୁରିଥିଲା। ଗୁରୁତର ଅବସ୍ଥାରେ ଡ଼୍ରାଇଭରଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଟ୍ରକ ମଧ୍ୟରେ ଥିବା ମାଲକୁ ଖାଲି କରିବା ପରେ ଜାତୀୟ ରାଜପଥରୁ ଟ୍ରକ ହଟାଯାଇଥିବ ।

Leave a Reply

Your email address will not be published. Required fields are marked *