ଭୁବନେଶ୍ୱର: ଖଣ୍ଡଗିରି ଓଭରବ୍ରିଜ୍ ଉପରେ ପୁଣି ଦୁର୍ଘଟଣା | କଲିକତାରୁ ତାମିଲନାଡୁ ଅଭିମୁଖେ ଯାଉଥିବା ଏକ ଲୁହା ବୋଝେଇ ଟ୍ରକକୁ ପିଟିଛି ଅନ୍ୟ ଏକ ମାଲ୍ ବୋଝେଇ ଟ୍ରକ। ଦୁର୍ଘଟଣାରେ ମାଲ ବୋଝେଇ ଟ୍ରକ ଡ୍ରାଇଭର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗାଡି ଭିତରେ ଫସି ରହିଥିଲେ। ଅଗ୍ନିଶମ ବାହିନୀ ଗ୍ୟାସ୍ କଟରରେ ଟ୍ରକ୍ ଡୋର୍ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ୍ ଜାମ୍ ହୋଇଥିଲା। ବହୁ ଗାଡି ଅଟକି ରହିଥିଲା। ଖବର ପାଇ ଘଟଣାସ୍ଥଳରେ ପିସିଆର ଏବଂ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ପରେ ସ୍ଥିତି ସୁଧୁରିଥିଲା। ଗୁରୁତର ଅବସ୍ଥାରେ ଡ଼୍ରାଇଭରଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଟ୍ରକ ମଧ୍ୟରେ ଥିବା ମାଲକୁ ଖାଲି କରିବା ପରେ ଜାତୀୟ ରାଜପଥରୁ ଟ୍ରକ ହଟାଯାଇଥିବ ।
Related Posts
ରାଜଧାନୀରେ ନକଲି NIA ଅଫିସର ଗିରଫ
- Mysanket News
- May 23, 2026
- 0
ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଜଣେ ବ୍ୟକ୍ତି ନିଜକୁ ଜାତୀୟ ଅନୁସନ୍ଧାନ ସଂସ୍ଥା (NIA) ର ଅଧିକାରୀ ବୋଲି ପରିଚୟ ଦେଇ ପୋଲିସ କାର୍ଯ୍ୟରେ ପ୍ରଭାବ ପକାଇବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଶୁକ୍ରବାର ଦିନ ଗିରଫ ହୋଇଛନ୍ତି।ଉକ୍ତ […]
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ :୧୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା
- Mysanket News
- August 9, 2026
- 0
ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶାର ବାୟୁମଣ୍ଡଳ ଉପରି ଭାଗରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ […]
ପ୍ରକାଶ ପାଇଲା OJEE -୨୦୨୬ ଫଳାଫଳ
- Mysanket News
- June 9, 2026
- 0
ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ର ଫଳାଫଳ । ଚଳିତ ବର୍ଷ ମୋଟ ୧ ଲକ୍ଷ୍ୟ ୦୩ ହଜାର ୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ […]
