ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗୃହ ମୁଲତବୀ ହେବା ପରେ କଲ୍ୟାଣ ବାନାର୍ଜୀ ଏବଂ ଏନସିପିଆଇ (NCPI) ସାଂସଦଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏହି ବିବାଦରେ ଏନସିପିଆଇ ସାଂସଦ ମିତାଲି ବାଗ, ଶତାବ୍ଦୀ ରାୟ ଓ କାକୋଲି ଘୋଷ ଦସ୍ତିଦାର ସାମିଲ ଥିଲେ। ବିବାଦର ସଠିକ୍ କାରଣ ଅସ୍ପଷ୍ଟ ଥିବା ବେଳେ କିଛି ବିରୋଧୀ ସାଂସଦ ହସ୍ତକ୍ଷେପ କରି ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ଏହା ପରେ କଲ୍ୟାଣ ବାନାର୍ଜୀ ଗୃହ ଛାଡ଼ି ଚାଲିଯାଇଥିଲେ। ତେବେ ଘଟଣାଟି ଲୋକସଭା ବାଚସ୍ପତିଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *