ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ, ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାର୍ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିଲା । ଫଳରେ ପ୍ରାୟ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରୁ ୭ ଜଣ ଓଡ଼ିଆ ଥିବାବେଳେ କାର ଡ୍ରାଇଭରକୁ ମିଶାଇ ୮ ଜଣ ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ, ଦୁଇ ଜଣ ମହିଳା ଏବଂ ତିନି ଜଣ ପୁରୁଷ ଅଛନ୍ତି। ମୃତ ୭ ଜଣ ଓଡ଼ିଆ ଭୁବନେଶ୍ୱରସ୍ଥିତ ଜୟଦେବ ବିହାର ଅଞ୍ଚଳର ବୋଲି ସୂଚନା ମିଳିଛି । ଜୟଦେବ ବିହାର ଅଞ୍ଚଳରେ ଥିବା ବନା ଢ଼ାବାର ମାଲିକଙ୍କର ପରିବାର ଏହି ଘଟଣାରେ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ, କାର୍ରେ ଯାତ୍ରା କରୁଥିବା ଲୋକମାନେ ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ଦର୍ଶନ ପାଇଁ ଆସିଥିଲେ। ମନ୍ଦିର ନିକଟସ୍ଥ ଏକ ନାଳ ଅତିକ୍ରମ କରିବା ସମୟରେ ଗାଡ଼ିଟି ପାଣିର ପ୍ରଖର ସ୍ରୋତର ଭାସିଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ନାଳରୁ ଗାଡ଼ି ଓ ମୃତଦେହଗୁଡ଼ିକୁ ବାହାର କରିଥିଲା।
Related Posts
ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ସ୍ଥଳ ନିକଟରୁ ଜେଲୋଟିନ ଷ୍ଟିକ ଜବତ
- Mysanket News
- May 10, 2026
- 0
ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହର ଉପକଣ୍ଠରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ସ୍ଥାନ ନିକଟରୁ ବିସ୍ଫୋରକ ସାମଗ୍ରୀ (ଜିଲୋଟିନ ଷ୍ଟିକ) ଜବତ ହୋଇଛି । ଏହି ଘଟଣା ପରେ ସୁରକ୍ଷା […]
ଦୁବାଇ ଉପରେ ପୁଣି ଆକ୍ରମଣ, ବୁର୍ଜ ଖଲିଫା ନିକଟ କୋଠା ଧୂଆଁମୟ
- Mysanket News
- March 13, 2026
- 0
ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ଆଜି ୧୪ତମ ଦିନରେ ପ୍ରବେଶ କରିଥିବାବେଳେ ଆଜି ପୁଣି ଦୁବାଇରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ନିକଟବର୍ତ୍ତୀ କୋଠାଗୁଡ଼ିକୁ ଥରାଇ ଦେଇଥିଲା। […]
ନୂଆଦିଲ୍ଲୀରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ
- Mysanket News
- April 28, 2026
- 0
ନୂଆଦିଲ୍ଲୀ: ଆଜି ‘ନ୍ୟାସନାଲ କ୍ରାଫ୍ଟସ ମ୍ୟୁଜିୟମ’ ନୂଆଦିଲ୍ଲୀ ଠାରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆସାମର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା […]
