୩ୟ ଦିନରେ ବି ଗୃହ ଅଚଳ, ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ ହେଲେ ମଧ୍ୟ, ହଟ୍ଟଗୋଳ ଏବଂ ହଙ୍ଗାମା ଲାଗି ବିଧାନସଭାକୁ ପୁଣି ଆଜି ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି । ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିଜେଡ଼ି ଓ କଂଗ୍ରେସ ସଦସ୍ୟମାନେ ନାରାବାଜି ଆରମ୍ଭ କରିଥିଲେ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଥିବାବେଳେ ବିରୋଧୀ ହଙ୍ଗାମା କରିଥିଲେ । ସୂଚନା ଥାଉ ଯେ, ଗତ ଦୁଇ ଦିନ ହେବ ବିଜେଡ଼ି କେବଳ ପାଠ୍ୟ ପୁସ୍ତକୁ ପ୍ରସଙ୍ଗ କରିଥିବାବେଳେ ଆଜି ଏମଏମଡିଆର୍ ସଂଶୋଧନ ଆଇନ ପ୍ରତ୍ୟାହାର ଦାବି ନେଇ କଂଗ୍ରେସ ସ୍ୱରରେ ସ୍ୱର ମିଳାଇ ଥିଲା । ସେହିପରି କଂଗ୍ରେସ ମଧ୍ୟ ଏମ୍ଏମଡିଆର ସଂଶୋଧନ ଆଇନ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲା । ୨୨ ତାରିଖରୁ ଆରମ୍ଭ ହୋଇଥିଲା ବିଧାନସଭା ମୌସୁମୀ ଅଧିବେଶନ । ପ୍ରଥମ ଦିନରେ ହିଁ ଦୁଇ ଦୁଇ ଥର ମୁଲତବୀ ଘୋଷଣା କରିଯାଇଥିଲା । ୨ୟ ଦିନରେ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଥିଲେ । ସେହିପରି ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ପୁଣି ଥରେ ହଙ୍ଗାମା କରିଥିଲେ । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ବି ବିରୋଧୀ ଶୁଣିନଥିଲେ। ଶେଷରେ ବାଧ୍ୟ ହୋଇ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖାଯାଇଛି ।

Leave a Reply

Your email address will not be published. Required fields are marked *