ବଲିଉଡ ଅଭିନେତା ତୁଷାର କପୁରଙ୍କୁ ୫କୋଟି ଦାବି କରି ଧମକ୍

ମୁମ୍ବାଇ: ସୁପରଷ୍ଟାର ଜିତେନ୍ଦ୍ରଙ୍କ ସୁପୁତ୍ର ତୁଷାର କପୁରଙ୍କୁ ମିଳିଛି ଧମକ୍‌ପୂର୍ଣ୍ଣ ଅଡିଓ । ଗ୍ୟାଙ୍ଗଷ୍ଟର ହରି ବକ୍ସର ନାମରେ ତୁଷାର କପୁରଙ୍କୁ ୫କୋଟି ଟଙ୍କା ଦାବି କରି ଧମକ୍ ଦିଆଯାଇଥିବା ନିକଟସ୍ଥ ଥାନାରେ ଜଣାଇଛନ୍ତି ଅଭିନେତା ତୁଷାର କପୁର । ଏହାପରେ ଆଣ୍ଟି ଏକ୍ସଟର୍ସନ୍ ସେଲ୍ ଓ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଧମକପୂର୍ଣ୍ଣ ଫୋନ୍ କଲ୍‌ର ଅଡିଓ ଯାଞ୍ଚ ପରେ ଏହା ହ୍ୟାରି ବକ୍ସରଙ୍କ ସ୍ୱର ସହ ମେଳ ଖାଉନଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ତେଣୁ ଗ୍ୟାଙ୍ଗ୍‌ର ନାଁ ବ୍ୟବହାର କରି କେହି ଅଭିନେତାଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରିବାକୁ ଉଦ୍ୟମ କରିଥିବା ପୋଲିସ ସନ୍ଦେହ କରୁଛି। ମୁମ୍ବାଇ ପୋଲିସ ସୂତ୍ର ଅନୁସାରେ, କ୍ରାଇମ୍ ବ୍ରାଞ୍ଚର ଟେକ୍ନିକାଲ୍ ଟିମ୍ ଧମକପୂର୍ଣ୍ଣ କଲ୍‌ର ଅଡିଓ ରେକର୍ଡିଂ ଯାଞ୍ଚ କରିଛି। ପୋଲିସ ଡାଟାବେସ୍‌ରେ ଥିବା ହ୍ୟାରି ବକ୍ସରଙ୍କ ସ୍ୱର ନମୁନା ସହ ଏହାକୁ ତୁଳନା କରାଯାଇଥିଲା। ପ୍ରାଥମିକ ଯାଞ୍ଚରେ ଉଭୟ ସ୍ୱର ମଧ୍ୟରେ କୌଣସି ମେଳ ମିଳିନାହିଁ। ଏହାପରେ ଧମକ ଦେଇଥିବା ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ଖୋଜୁଛି ପୋଲିସ। ପୋଲିସ ସନ୍ଦେହ କରୁଛି ଯେ କିଛି ସ୍ଥାନୀୟ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ନାଁ ବ୍ୟବହାର କରି ବ୍ୟବସାୟୀ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଭୟଭୀତ କରି ଟଙ୍କା ଆଦାୟ ଉଦ୍ୟମ କରୁଥାଇପାରନ୍ତି।

Leave a Reply

Your email address will not be published. Required fields are marked *