ତୃତୀୟ ଅନଅଫିସିଆଲ୍ ଟେଷ୍ଟରେ ଇଣ୍ଡିଆ ‘ଏ’ର ଦବଦବା

ନୂଆଦିଲ୍ଲୀ: ତୃତୀୟ ଅନଅଫିସିଆଲ୍ ଟେଷ୍ଟରେ ଟିମ୍ ଇଣ୍ଡିଆ ‘ଏ’ ର ଜବରଦସ୍ତ ଦବଦବା ଦେଖିବାକୁ ମିଳିଛି। ଦ୍ୱିତୀୟ ଦିନର ଷ୍ଟମ୍ପ୍ସ ସୁଦ୍ଧା ନ୍ୟୁଜିଲାଣ୍ଡ ‘ଏ’ ନିଜ ପ୍ରଥମ ଇନିଂସରେ ମାତ୍ର ୩୬ ରନ୍‌ରେ ୨ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଛି। ଏହାପୂର୍ବରୁ ଇଣ୍ଡିଆ ‘ଏ’ ନିଜର ପ୍ରଥମ ଇନିଂସ ୪୬୪ ରନ୍‌ରେ ବିଶାଳ ସ୍କୋର୍ କରି ଘୋଷଣା କରିଥିଲା। ପ୍ରଥମ ଦୁଇ ଦିନର ଖେଳ ଶେଷ ସୁଦ୍ଧା କିୱୀ ଟିମ୍ ଏବେ ବି ୪୨୮ ରନ୍ ପଛରେ ରହିଛି। ଇଣ୍ଡିଆ ‘ଏ’ ପାଇଁ ପ୍ରଥମ ଇନିଂସରେ ଯଶସ୍ୱୀ ଜୟସୱାଲ ଏକ ଚମତ୍କାର ଶତକ ଅର୍ଜନ କରିଥିବାବେଳେ ସାଇ ସୁଦର୍ଶନ ୮୮ ରନ୍‌ର ଦାୟିତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ତାଙ୍କ ପରେ ଦ୍ୱିତୀୟ ଦିନରେ ତିଲକ ବର୍ମା ଏବଂ ୱାଶିଂଟନ୍ ସୁନ୍ଦର ନିଜ ବ୍ୟାଟିଂର ଯାଦୁ ଦେଖାଇ ନ୍ୟୁଜିଲାଣ୍ଡ ବୋଲରଙ୍କୁ ବୋଧହୁଏ ହଇରାଣ କରିଥିଲେ। ଇଣ୍ଡିଆ ‘ଏ’ ୪୬୪ ରନ୍‌ରେ ଇନିଂସ୍ ଘୋଷଣା କରିବା ବେଳକୁ ତିଲକ ବର୍ମା ୮୧ ରନ୍ ଏବଂ ୱାଶିଂଟନ୍ ସୁନ୍ଦର ୫୦ ରନ୍ କରି ଅପରାଜିତ ଫେରିଥିଲେ। ଏହି ଦୁଇ ଜଣଙ୍କ ମଧ୍ୟରେ ଏକ ଦୃଢ଼ ଓ ଅପରାଜିତ ୧୧୪ ରନ୍‌ର ଭାଗିଦାରୀ ଦଳକୁ ଏକ ସୁଦୃଢ଼ ସ୍ଥିତିରେ ପହଞ୍ଚାଇଛି।

Leave a Reply

Your email address will not be published. Required fields are marked *