ଲଷ୍ମୀବିହାର ଫେଜ ୨ ସ୍ଥିତ ଶ୍ରୀ ଶ୍ରୀ ତମ୍ପେଶ୍ୱର ମହାଦେବ ମନ୍ଦିରରେ ଜାଗର ପ୍ରସ୍ତୁତି

ଭୁବନେଶ୍ୱର : ବଡ଼ଗଡ଼ ଲଷ୍ମୀବିହାର ଫେଜ୨ ସ୍ଥିତ ଶ୍ରୀ ଶ୍ରୀ ତମ୍ପେଶ୍ୱର ମହାଦେବ ମନ୍ଦିରରେ ଜାଗର ପ୍ରସ୍ତୁତି ଆରମ୍ଭ ହୋଇଛି l ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି l ଶ୍ରଦ୍ଧାଳୁ ମାନେ କିଭଳି ଶାନ୍ତି ଶୃଙ୍ଖଳା ର ସହିତ ଦର୍ଶନ କରି ପାରିବେ ସେ ଦିଗକୁ ବିଶେଷଭାବେ ଗୁରୁତ୍ୱ ଦିଆଯାଇଛି l ଚଳିତ ବର୍ଷ ହେଉଥିବା ହର ପାର୍ବତୀ, ଗଣେଶ ଙ୍କ ପ୍ରତିମା ପୂଜାର ମୁଖ୍ୟ ଆକର୍ଷଣ ସାଜିବ lଏହି ପବିତ୍ର ଶିବରାତ୍ରି ଉତ୍ସବ ରେ ସମସ୍ତ ଭକ୍ତ ଏବଂ ସ୍ଥାନୀୟ ବାସିନ୍ଦା ଙ୍କୁ ଯୋଗଦାନ କରିବାକୁ ମନ୍ଦିର କମିଟି ପକ୍ଷରୁ ନିବେଦନ କରାଯାଇଛି lମନ୍ଦିର କମିଟିର ଏହି ଜାଗର ପ୍ରସ୍ତୁତି ବୈଠକରେ ସଭାପତି ପ୍ରଦୀପ ମିଶ୍ର, ଲଷ୍ମୀଧର ସାହୁ, ରମାକାନ୍ତ ପାଲ, ରତ୍ନାକର ଚାନ୍ଦ, ରଣଜିତ ଶାହା ଙ୍କ ସମେତ ଅନ୍ୟ କର୍ମକର୍ତାମାନେ ଯୋଗଦାନ କରିଥିଲେ l

Leave a Reply

Your email address will not be published. Required fields are marked *