ଭୁବନେଶ୍ୱର:ରୁକୁଣା ରଥଯାତ୍ରା ପାଇଁ ବିଧାନସଭା ମୁଲତବୀ । ସୋମବାର ଯାଏଁ ବିଧାନସଭାକୁ ମୁଲତବୀ ନେଇ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।ଆଜି ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ଲାଗି ପ୍ରଥମେ ବିଧାନସଭାକୁ ସାଢେ ୧୧ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପରେ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ । ହେଲେ ଥମିନଥିଲା ବିରୋଧୀଙ୍କ ବିରୋଧ ପ୍ରଦର୍ଶନ । ଏପିରିକି କକ୍ଷତ୍ୟାଗ ମଧ୍ୟ କରିଥିଲେ ବିରୋଧୀ ସଦସ୍ୟ । ଏସବୁ ବିରୋଧ ପ୍ରଦର୍ଶନ ମଧ୍ୟରେ ବାଚସ୍ପତି ବିଧାନସଭାକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଗୁରୁବାର ରୁକୁଣା ରଥଯାତ୍ରା ପାଇଁ ଅଧାରୁ ବିଧାନସଭା ବନ୍ଦ ହୋଇଥିବା ବେଳେ ଶୁକ୍ରବାର ରାମନବମୀ ପାଇଁ ବନ୍ଦ ରହିବ । ସେହିପରି ୨୮ ତାରିଖରେ ମାସର ଶେଷ ଶନିବାର ହୋଇଥିବାରୁ ବନ୍ଦ ରହିବ ବିଧାନସଭା କାର୍ଯ୍ୟଦିବସ । ଏହାପରେ ପଡ଼ୁଛି ରବିବାର । ସର୍ବମୋଟ ତିନି ଦିନ ବନ୍ଦ ରହିବ ବିଧାନସଭା ।
Related Posts
ନକଲି ନୋଟ୍ ଚାଲାଣ ବେଳେ ଧରାପଡ଼ିଲେ ଦୁଇ ଜଣ ଅଭିଯୁକ୍ତ
- Mysanket News
- April 15, 2026
- 0
ସୁବର୍ଣ୍ଣପୁର: ପୁଳା ପୁଳା ନକଲି ନୋଟ୍ ଥିବା କଳା ସ୍କର୍ପିଓକୁ ଧରିଲା ପୋଲିସ । ସୁବର୍ଣ୍ଣପୁରରେ ଏଭଳି ନକଲି ନୋଟ୍ କାରବାରର ପର୍ଦ୍ଦାଫାଶ କରିଛି ପୋଲିସ । କଳା ସ୍କର୍ପିଓ, ଦୁଇଟି ମୋବାଇଲ ସହ […]
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ; ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
- Mysanket News
- August 30, 2026
- 0
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆଜି ଓଡ଼ିଶାର ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। […]
ଦିବଙ୍ଗତ ଡ଼ଃ ନାରାୟଣ ସାହୁଙ୍କ ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ
- Mysanket News
- March 30, 2026
- 0
ଭୁବନେଶ୍ୱର: ଏବେବି ବିଧାନସଭା ଗୃହରେ କୁହୁଳୁଛି କଟକ ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣା । ଆଜି ପୁଣି ଥରେ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଯୋଗୁଁ ପ୍ରଶ୍ନକାଳ ଧୋଇ ଯାଇଛି । ଗୃହ ଆରମ୍ଭରୁ ପୂର୍ବତନ ଦିବଙ୍ଗତ […]
