ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ

ମୁମ୍ବାଇ: ପ୍ରତିବର୍ଷ ଭଳି ଏଥର ମଧ୍ୟ ଅମ୍ବାନୀ ପରିବାର ପକ୍ଷରୁ ଗଣେଶ ପୂଜାର ବିରାଟ ଆୟୋଜନ କରାଯାଇଥିଲା। ଓଡ଼ିଶାରୁ ଏହି ସମାରୋହରେ ଯୋଗଦେବା ପାଇଁ ଶିକ୍ଷାବିତ୍‍, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନୀତା ଅମ୍ବାନୀ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ପାଇବା ପରେ ଗଣେଶ ଚତୁର୍ଥୀ ଦିନ ଶ୍ରୀ ସାମନ୍ତ ମୁମ୍ବାଇସ୍ଥିତ ଅମ୍ବାନୀଙ୍କ ଘରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ ଗଣପତିଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ସେ ଅମ୍ବାନୀ ପରିବାରର ସମସ୍ତ ସଦସ୍ୟଙ୍କ ସହ ଶ୍ରୀ ସାମନ୍ତ ମିଶିଥିଲେ। ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଜଗତର ବହୁ ଚର୍ଚ୍ଚିତ ତାରକା ଏବଂ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *