ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଦିନ ପ୍ରଶାସନିକସ୍ତରରେ ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇଏଏସ୍ ସୁରେଶ ବଶିଷ୍ଟଙ୍କୁ ୩ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ସଚିବ ଭାବରେ ଦାୟିତ୍ୱ ଦିଆଯାଇଛି l ଏହାସହିତ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ଓଡ଼ିଶା ସଚିବାଳୟ ସେବା କ୍ୟାଡ଼ର(ଓଏସଏସ)ର ୬ଜଣ ଅଫିସରଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ)ରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୩ ବ୍ୟାଚ୍ ଆଇଏଏସ୍ ସୁରେନ୍ଦ୍ର କୁମାର ଗତକାଲି ଅବସର ନେଇଥିବାରୁ ତାଙ୍କ ସ୍ଥାନରେ ଆଇଏଏସ୍ ସୁରେଶ ବଶିଷ୍ଟଙ୍କୁ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ବଶିଷ୍ଟ ଗତକାଲି ଅପରାହ୍ନରୁ ଅତିରିକ୍ତ ଭାବେ ସଂସଦୀୟ ବ୍ୟାପାର ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଇବେ।
ସେହିପରି ମୁଖ୍ୟସଚିବ ଅନୁ ଗର୍ଗଙ୍କ ଓଏସଡି ଭାବେ ବରିଷ୍ଠ ଓଏଏସ୍ ଅଫିସର ପିନାକୀ ପଟ୍ଟନାୟକଙ୍କୁ ବଦଳି କରାଯାଇଛି। ସେ ଏବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ଅତିରିକ୍ତ ସଚିବ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷଙ୍କ ଓଏସଡି ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ମୁଖ୍ୟସଚିବ ଅନୁ ଗର୍ଗଙ୍କ ଓଏସଡି ଭାବେ ବରିଷ୍ଠ ଓଏଏସ୍ ଅଫିସର ପିନାକୀ ପଟ୍ଟନାୟକଙ୍କୁ ବଦଳି କରାଯାଇଛି। ସେ ଏବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ଅତିରିକ୍ତ ସଚିବ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷଙ୍କ ଓଏସଡି ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ଜୁଲାଇ ୧ତାରିଖ ଅପରାହ୍ନରୁ ଦାୟିତ୍ୱମୁକ୍ତ କରିବା ନିମନ୍ତେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ କୁହାଯାଇଛି, ଯାହାଫଳରେ ଶ୍ରୀ ପଟ୍ଟନାୟକ ଜୁଲାଇ ୨ତାରିଖରୁ ମୁଖ୍ୟ ସଚିବଙ୍କ ଓଏସଡି ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ମୁଖ୍ୟ ସଚିବଙ୍କ ପ୍ରମୁଖ ବ୍ୟକ୍ତିଗତ ସଚିବ ସୁରେଶ ଚନ୍ଦ୍ର କର ଆଜି ସରକାରୀ ଚାକିରିରୁ ଅବସର ନେଇଛନ୍ତି। ସେହିପରି ଓଡିଶା ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟର ୬ଜଣ ଓଏସ୍ଏସ କ୍ୟାଡ଼ର ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗର ଅନୁସଚିବ ହବିବ ମୋହନ ମୁର୍ମୁ , ସୂଚନା ଓ ଲୋକସମ୍ପର୍କ ବିଭାଗର ସେକ୍ସନ ଅଫିସର ଶଶାଙ୍କ ଶେଖର ନାୟକଙ୍କ ସମେତ ଅନୀଲ ଅଧିକାରୀ,ବିଶ୍ୱକଲ୍ୟାଣ ପଟ୍ଟନାୟକ ପ୍ରଭାସ ବେହରାମାଳି ଓ ପ୍ରୀତମ ନାୟକଙ୍କୁ ମଧ୍ୟ ସିଏମଓକୁ ବଦଳି ହୋଇଛି।
