‘ଆମ ବସ୍’ରୁ ଲୁଟ୍ ଘଟଣାରେ ମହିଳା ବଂଜରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ‘ଆମ ବସ୍’ରୁ ଲୁଟ୍ ଘଟଣାରେ ୫ ଜଣିଆ ମହିଳା ବଂଜରା ଗ୍ୟାଙ୍ଗକୁ ଗିରଫ କରିଛି ନୟାପଲ୍ଲୀ ପୁଲିସ।ଅଭିଯୁକ୍ତମାନଙ୍କଠାରୁ ୧୦ଟି ଚୋରା ମୋବାଇଲ ଫୋନ ଓ ୨ଟି ଦାମୀ ବ୍ୟାଗ ଜବତ କରାଯାଇଛି। ଗିରଫ ହୋଇଥିବା ସମସ୍ତ ମହିଳାଙ୍କ ଘର ମହାରାଷ୍ଟ୍ରରେ। ଏହି ଗ୍ୟାଙ୍ଗ ‘ଆମ ବସ୍’ ରେ ଯାତ୍ରୀମାନେ ଅସାବଧାନ ଥିବା ବେଳେ ସେମାନେ ଅତି ଚତୁରତାର ସହ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍ ଓ ଲୋକଙ୍କ ପକେଟରୁ ମୋବାଇଲ୍ ଓ ଟଙ୍କା ଲୁଟି ନେଉଥିଲେ। ଅନ୍ୟ ରାଜ୍ୟରେ ଥିବା ନିଜ ଦଲାଲମାନଙ୍କ ଜରିଆରେ ସେମାନେ ଚୋରି ସାମଗ୍ରୀ ବିକ୍ରି କରୁଥିଲେ।ଜୟଦେବ ବିହାର ବସ୍ ଷ୍ଟପେଜ ନିକଟରେ ଏହି ୫ ମହିଳା ସନ୍ଦିଗ୍ଧ ଅବସ୍ଥାରେ ଠିଆ ହୋଇ ଲୁଟ୍ ମୋବାଇଲ୍ ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଧରିଥିଲା। ଯାଞ୍ଚ ବେଳେ ସେମାନଙ୍କ ନିକଟରେ ଥିବା ଦୁଇଟି କପଡ଼ା ବ୍ୟାଗରୁ ବିଭିନ୍ନ ନାମୀଦାମୀ କମ୍ପାନୀର ୧୦ଟି ଚୋରା ଆଣ୍ଡ୍ରଏଡ୍ ମୋବାଇଲ୍‌ ଫୋନ୍ ମିଳିଥିଲା।ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *