ବିଜେଡି ବିଧାୟକ ମାନଙ୍କୁ ନବୀନ ନିବାସରୁ ଡାକରା

ଭୁବନେଶ୍ୱର :ଆଜି ପୂର୍ବାହ୍ଣ ୧୧ଟା ୩୦ରେ ବସିବ ବିଜେଡି ବିଧାୟକ ମାନଙ୍କ ର ବୈଠକ l ଶୁକ୍ରବାର ହେବାକୁ ଥିବା ବୈଠକକୁ ଶେଷ ମୁହୂର୍ତ୍ତରେ ବାତିଲ୍‌ କରାଯାଇଥିଲା l ଏହା ପଛରେ ଭିନ୍ନଭିନ୍ନ କାରଣ ଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ବୈଠକରେ ଦଳର ସମସ୍ତ ବିଧାୟକ ଉପସ୍ଥିତ ନଥିଲେ। ୪୮ ଜଣଙ୍କ ମଧ୍ୟରୁ ପ୍ରାୟ ୧୦-୧୨ ଜଣ ଅନୁପସ୍ଥିତ ଥିଲେ। ବିଜେଡି ୬ ସେଟ୍ ଫର୍ମ ନେଇଥିଲେ ମଧ୍ୟ ଶୁକ୍ରବାର କାହାଠୁ ବି ଦସ୍ତଖତ (ପ୍ରସ୍ତାବକ) ସଂଗ୍ରହ କରିନଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ, ଗୁରୁବାର ଦଳର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକ ବସିଥିଲା। ରାଜ୍ୟସଭା ସଂକ୍ରାନ୍ତ ସବୁ ନିଷ୍ପତ୍ତି ପାଇଁ ପିଏସି ଦଳର ସଭାପତି ନବୀନଙ୍କୁ କ୍ଷମତା ନ୍ୟସ୍ତ କରିଛି। ଶୁକ୍ରବାର ବିଧାୟକଙ୍କ ବୈଠକ ଡକାଯାଇଥିଲା। ଏହା ବାତିଲ ହେବା ପରେ ଶନିବାର ପୂର୍ବାହ୍ଣ ୧୧ଟା ୩୦ରେ ପୁଣିଥରେ ବୈଠକ ଡକାଯାଇଛି। ବିଜେଡି ସୂତ୍ର ଅନୁଯାୟୀ, ରାଜ୍ୟସଭା ନିର୍ବାଚନରେ ବିଜେପିର ସଂସଦୀୟ ବୋର୍ଡ ନିଷ୍ପତ୍ତିକୁ ବିଜେଡି ଅପେକ୍ଷା କରିଛି।

Leave a Reply

Your email address will not be published. Required fields are marked *