ହାଇଦ୍ରାବାଦ: ଫିନଲ୍ୟାଣ୍ଡରେ ଜଣେ ୧୮ ବର୍ଷୀୟ ନିଖୋଜ ଭାରତୀୟ ଛାତ୍ରଙ୍କ ମୃତଦେହ ସମୁଦ୍ରରୁ ଉଦ୍ଧାର ହୋଇଛି | ମୃତ ଛାତ୍ର ହାଇଦ୍ରାବାଦର ମନିଦୀପ୍ ରେଡ୍ଡୀ ବୋଲି ଜଣାପଡ଼ିଛି। ତାଙ୍କୁ ଶେଷ ଥର ପାଇଁ ମେ ୫ ତାରିଖରେ ହେଲସିଙ୍କିର ଏକ ମଲ୍ରେ ଦେଖିବାକୁ ମିଳିଥିଲା। ମନିଦୀପ୍ ରେଡ୍ଡୀ ଫିନଲ୍ୟାଣ୍ଡର ଲାପେନେରାଣ୍ଟା-ଲାହତି ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟି (ଏଲ୍ୟୁଟି) ଲାହତି କ୍ୟାମ୍ପସରେ ସଫ୍ଟୱେର୍ ଓ ସିଷ୍ଟମ୍ ଇଞ୍ଜିନିୟରିଂରେ ସ୍ନାତକ କରୁଥିଲେ। ମନଦୀପ୍ଙ୍କ ବାପା ଜି ମୁଥ୍ୟମ୍ ରେଡ୍ଡୀ ମଧ୍ୟ କହିଛନ୍ତି ଯେ, ସେ ଶେଷଥର ପାଇଁ ମେ ୫ ତାରିଖରେ ତାଙ୍କ ପୁଅ ସହିତ କଥା ହୋଇଥିଲେ। ମୁଥ୍ୟମ୍ ରେଡ୍ଡୀ କହିଛନ୍ତି, ତାଙ୍କ ପୁଅ ସେହିଦିନ କିଛି ଟଙ୍କା ମାଗିଥିଲେ। ତାଙ୍କ ପତ୍ନୀ ମମତା ତାଙ୍କୁ ଅନଲାଇନ ମାଧ୍ୟମରେ ଟଙ୍କା ଦେଇଥିଲେ। ତା’ପରଠାରୁ ପୁଅ ସେମାନଙ୍କ ସହିତ ଆଉ ଯୋଗାଯୋଗ କରିନଥିଲେ। ରେଡ୍ଡୀଙ୍କ ପରିବାର ମଧ୍ୟ ଏହି ମାମଲାରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମନଦୀପଙ୍କ ମୃତଦେହ ମିଳିବା ପରେ ପରିବାର ଲୋକ ସବିଶେଷ ତଦନ୍ତ କରିବାକୁ ଦାବି କରିଛନ୍ତି। ତେଲେଙ୍ଗାନା ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଛାତ୍ରଙ୍କ ସନ୍ଧାନ କରିବାକୁ କହିଥିଲେ।
Related Posts
ମତଦାନ ଶେଷ ହେବାପରେ ପ୍ରକାଶ ପାଇଲା ଏକ୍ଜିଟ୍ ପୋଲ୍ ରିପୋର୍ଟ
- Mysanket News
- April 30, 2026
- 0
ନୂଆଦିଲ୍ଲୀ: କେରଳ, ଆସାମ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଚାରିଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ଭୋଟ୍ ଗ୍ରହଣ ସରିବା ପରେ ବୁଧବାର ସନ୍ଧ୍ୟାରେ ବିଭିନ୍ନ ଏକ୍ଜିଟ୍ ପୋଲ୍ ପ୍ରକାଶ ପାଇଛି। […]
କେନ୍ଦ୍ରୀୟ ବଜେଟରେ ଓଡ଼ିଶା ପାଇଁ ୧୦ ହଜାର ୯୨୮କୋଟି
ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଆର୍ଥିକ ବର୍ଷରେ ଓଡ଼ିଶାର ରେଳ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ ପାଇଁ ୧୦,୯୨୮ କୋଟି ଟଙ୍କାର ଐତିହାସିକ ଅନୁଦାନ ପ୍ରଦାନ କରାଯାଇଛି, ଯାହା ‘ପୂର୍ବୋଦୟ ମିଶନ’ ଅଧୀନରେ ଓଡ଼ିଶାକୁ ମିଳିଥିବା […]
ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଲକଡାଉନ୍ ଖବର ମିଥ୍ୟା ଗୁଜବ : କେନ୍ଦ୍ର ସରକାର
- Mysanket News
- March 27, 2026
- 0
ନୂଆଦିଲ୍ଲୀ:ଯୁଦ୍ଧପାଇଁ ଭାରତରେ ପୁଣି ଥରେ କୋଭିଡ୍ ଭଳି ଲକଡାଉନ୍ ହେବାକୁ ଯାଉଛି ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଛି । ଯାହାକୁ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଦେଶରେ କୌଣସି ଲକଡାଉନ୍ […]
