ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ, ଛଅ ଶ୍ରମିକ ମୃତ

ୟୁପି:ଗୁରୁବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ହମିରପୁରରେ ପ୍ରବଳ ଝଡ଼ ବର୍ଷା ଯୋଗୁଁ ଏକ ନିର୍ମାଣାଧୀନ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିଛି । ଫଳରେ ସେଠାରେ କାମ କରୁଥିବା ଛଅଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି ।ସ୍ଥାନୀୟ ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF) କର୍ମଚାରୀମାନେ ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ହମିରପୁର ପୋଲିସ ଅଧୀକ୍ଷକ ଅରବିନ୍ଦ କୁମାର ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି । ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।ପୋଲିସ ସୂଚନା ଅନୁସାରେ, ମୃତକମାନେ ହେଲେ ଲୋକେନ୍ଦ୍ର ନିଷାଦ (୨୨), କୁଲଦୀପ ନିଷାଦ (୧୯), ସାୱନ୍ତ ଯାଦବ (୨୮), ସଭାଜିତ (୩୦) ଏବଂ ପୁଷ୍ପେନ୍ଦ୍ର ସିଂହ ଚୌହାନ (୩୪)। ଅନ୍ୟଜଣେ ଶ୍ରମିକ ରାଜେଶ ପାଲ (୪୨) ଫସି ରହିଛନ୍ତି ଏବଂ ତାଙ୍କୁ ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ପୋଲିସ କହିଛି ।ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୋରାକାନ୍ଦର ପରସାନିରୁ ହମିରପୁରର ନୈଥି ଗ୍ରାମ ପର୍ଯ୍ୟନ୍ତ ବିସ୍ତୃତ ଏହି ପୋଲ, ବେତୱା ନଦୀ ଉପରେ ନିର୍ମାଣ କରାଯାଉଛି । ଗୁରୁବାର ରାତି ପ୍ରାୟ ତିନିଟା ବେଳେ ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ପୋଲ ର ଏକ ସ୍ଲାବ୍ ଖସି ପଡ଼ିଥିଲା । ସେହି ସମୟରେ କିଛି ଶ୍ରମିକ ପୋଲ ର ଗୋଟିଏ ଅଂଶରେ ଶୋଇଥିଲେ, ଯାହାଫଳରେ ସେମାନେ ଭଗ୍ନାବଶେଷ ତଳେ ଫସି ଯାଇଥିଲେ ।

Leave a Reply

Your email address will not be published. Required fields are marked *