ଅଭିଷେକ ବାନାର୍ଜୀଙ୍କ ସାଂସଦ ଅଫିସରେ ଚାଲିଲା ବୁଲଡୋଜର

କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାରେ ଅଭିଷେକ ନିଜର ସାଂସଦ ଅଫିସ ନିର୍ମାଣ କରିଥିଲେ। ତେବେ ସେ ବେଆଇନ ଭାବେ ଏହା ନିର୍ମାଣ କରିଥିବା ଅଭିଯୋଗ କରି ସ୍ଥାନୀୟ ପ୍ରଶାସନ ଏହାକୁ ଆଜି ଠାରୁ ଭାଙ୍ଗିବା ଆରମ୍ଭ କରିଛି। ଆଜି ମଧ୍ୟାହ୍ନରେ ବିପୁଳ ସଂଖ୍ୟାରେ ପୁଲିସ୍‌ ଫୋର୍ସ ସହ ଏକାଧିକ ବୁଲଡୋଜର ଅମତାଲା-ବାରୁଇପୁର ରୋଡରେ ଥିବା ଅଭିଷେକ ବାନାର୍ଜୀଙ୍କ ଅଫିସ ନିକଟରେ ପହଞ୍ଚିଥିଲା। ଏହାପରେ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଥିଲା । ବୁଲଡୋଜର ଚଳାଇବା ପୂର୍ବରୁ ପ୍ରଶାସନ ପକ୍ଷରୁ ଅଫିସକୁ ବେଆଇନ ଭାବେ ନିର୍ମାଣ ହୋଇଥିବା କୁହାଯାଇ ନୋଟିସ କରାଯାଇଥିଲା। ଏହାପୂର୍ବରୁ କୋଲକାତା ମ୍ୟୁନିସପାଲ କର୍ପୋରେସନ ପକ୍ଷରୁ ଅଭିଷେକ ବାନାର୍ଜୀ, ତାଙ୍କ ପରିବାର ସହଯୋଗୀ, ତାଙ୍କ କମ୍ପାନୀ ଓ ସହଯୋଗୀଙ୍କ ନାଁରେ ଥିବା ୧୭ଟି ସମ୍ପତ୍ତିର ଉଚ୍ଛେଦ କରିବାକୁ ତାଲିକା ଜାରି କରିଥିଲା। ଏହି ତାଲିକାରେ ହରିଶ ମୁଖାର୍ଜୀ ରୋଡରେ ଥିବା ଅଭିଷେକଙ୍କ ଶାନ୍ତିନିକେତନ ବାସଭବନର କିଛି ଅଂଶ ରହିଥିଲା। ଏବେ ପ୍ରଥମ ପର୍ଯ୍ୟାୟରେ ଅଭିଷେକ ବାନାର୍ଜୀଙ୍କ ଅଫିସକୁ ବେଆଇନ ଭାବେ ଦର୍ଶାଇ ଭଙ୍ଗା ଯାଇଛି।

Leave a Reply

Your email address will not be published. Required fields are marked *