CMO ଫାଇଲ ହଜିବା ଘଟଣା: ଦସ୍ତଖତରୁ ମିଳିଲା ବଡ଼ ସୁରାକ୍

ଭୁବନେଶ୍ୱର: ବହୁଚର୍ଚ୍ଚିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିବା ମାମଲାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇ କହିଛନ୍ତି ଯେ, ଫାଇଲ ଗ୍ରହଣ ସମୟରେ ଦସ୍ତଖତ କରିଥିବା ଅଧିକାରୀଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସେହି ଫାଇଲ କାହା କାହା ଦ୍ୱାରା ଦେଇ ଯାଇଥିଲା ତାହାର ଖୋଳତାଡ଼ ଚାଲିଛି। ସେ ପୁଣି କହିଛନ୍ତି ଯେ, ତଦନ୍ତ ଏବେ ଶେଷ ସୋପାନରେ ରହିଛି ଏବଂ ଏହି ଘଟଣାରେ ଯାହାର ବି ସମ୍ପୃକ୍ତି ମିଳିବ, ସେମାନଙ୍କୁ ଆଇନ ଅନୁଯାୟୀ ତଦନ୍ତ ପରିସରଭୁକ୍ତ କରାଯିବ। କୌଣସି ବ୍ୟକ୍ତିଙ୍କ ପ୍ରତି କୌଣସି ପ୍ରକାର କୋହଳ କରାଯିବ ନାହିଁ । ତଦନ୍ତ ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ ଏବଂ ଆଇନର ପରିସର ମଧ୍ୟରେ କରାଯାଉଛି। ଯେଉଁମାନେ ଏପର୍ଯ୍ୟନ୍ତ ତଦନ୍ତରେ ସହଯୋଗ କରିନାହାନ୍ତି, ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଡକାଯିବ। ଆବଶ୍ୟକ ହେଲେ ବିଦେଶରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଆଇନଗତ ପ୍ରକ୍ରିୟାରେ ସାମିଲ କରାଯିବ |

Leave a Reply

Your email address will not be published. Required fields are marked *