କମନୱେଲଥ ଗେମ୍ସରେ ଭାରତର ବକ୍ସିଂରେ ପ୍ରୀତି ଓ ଜସ୍ମିନ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ୨୦୨୬ କମନୱେଲଥ ଗେମ୍ସରେ ବକ୍ସିଂରେ ଭାରତକୁ ଗୋଟିଏ ଦିନରେ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ୫୪ କେଜି ବର୍ଗରେ ପ୍ରୀତି ପାୱାର ପ୍ରଥମେ ସ୍ୱର୍ଣ୍ଣ ଜିତିଥିବା ବେଳେ ୫୭ କେଜି ବର୍ଗରେ ଜସ୍ମିନ୍ ଲାମ୍ବୋରିଆ ମଧ୍ୟ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଫାଇନାଲ୍ ମୁକାବିଲାରେ ପ୍ରୀତି ପାୱାର କାନାଡାର ସ୍କାରଲେଟ୍ ସାଭାନା ଡେଲଗାଡୋଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ପ୍ରଥମ ଦୁଇଟି ରାଉଣ୍ଡରେ ସେ ଅଗ୍ରଣୀ ସ୍ଥାନ ବଜାୟ ରଖିଥିଲେ। ତୃତୀୟ ରାଉଣ୍ଡରେ ପ୍ରତିଦ୍ୱନ୍ଦ୍ୱୀ ଜୋରଦାର ଚେଷ୍ଟା କରିଥିଲେ ମଧ୍ୟ ପ୍ରୀତି ଧୈର୍ଯ୍ୟର ସହ ଖେଳି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ | ଏହାସହିତ ଟ୍ରିପଲ ଜମ୍ପରେ ପ୍ରବୀଣ ଚିତ୍ରଭେଲ ଓ ସେଲଭା ପ୍ରଭୁ ବ୍ରୋଞ୍ଜ ପଦକ ଜିତି ଭାରତର ପଦକ ସଂଖ୍ୟାକୁ ଆହୁରି ବଢ଼ାଇଛନ୍ତି। ଏହି ସଫଳତା ସହ କମନୱେଲଥ ଗେମ୍ସ ୨୦୨୬ରେ ଭାରତର ମୋଟ ପଦକ ସଂଖ୍ୟା ୨୭ରେ ପହଞ୍ଚିଛି, ଯେଉଁଥିରେ ୭ଟି ସ୍ୱର୍ଣ୍ଣ ପଦକ ରହିଛି।

Leave a Reply

Your email address will not be published. Required fields are marked *