କଟକ: ନିଆଳି ପନିର ଅପମିଶ୍ରଣ ଘଟଣାରେ ସରକାରଙ୍କ ବଡ଼ ଆକ୍ସନ । କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କ ବଦଳି ନିର୍ଦ୍ଦେଶ ଦେଲେ ସରକାର । ସେ ନିଆଳି ଅଞ୍ଚଳର ଖାଦ୍ୟ ସୁରକ୍ଷା ଅଧିକାରୀ ଭାବରେ ଦାୟିତ୍ୱରେ ଥିଲେ । ନିଜ ଦାୟିତ୍ୱରେ ଅବହେଳା ପାଇଁ ସରକାର ତାଙ୍କର ବଦଳି ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣା ଲ୍ୟାବ୍ରୁ ରିପୋର୍ଟ ମିଳିବା ପରେ ଜଣାପଡ଼ିଲା ଯେ, କଟକ ନିଆଳି ପନିର୍ରେ ମିଶୁଛି ମଇଦା ଓ ଡିଟରଜେଣ୍ଟ । ପ୍ରାଥମିକ ରିପୋର୍ଟରୁ ନିଆଳି ପନିର ଅପମିଶ୍ରିତ ନେଇ ସ୍ପଷ୍ଟ କରିଛନ୍ତି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ। ଜବତ ୭୩ କ୍ୱିଣ୍ଟାଲ ପନିରର ନମୁନା ଟେଷ୍ଟ ପାଇଁ ହରିୟାଣା ପଠାଯାଇଥିଲା। ଏହି ରିପୋର୍ଟ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ ହସ୍ତଗତ ହୋଇଛି । ପ୍ରାଥମିକ ତଦନ୍ତରୁ ନିଆଳି ପନିରରେ ବିପୁଳ ମଇଦା, ଡିଟରଜେଣ୍ଟ ମିଶିଥିବା ପ୍ରମାଣ ହୋଇଛି। ପନିରକୁ ସଫ୍ଟ କରିବା ପାଇଁ ମିଶୁଥିଲା ଡିଟରଜେଣ୍ଟ। ତେବେ ଅନ୍ୟ ପନିରର ନମୁନା ରିପୋର୍ଟ ଆସିଲେ, ସେଗୁଡ଼ିକର ମାନ ସଂପର୍କରେ ଜଣାପଡ଼ିବ ବୋଲି କହିଛନ୍ତି KMC ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।
ପନିର ଅପମିଶ୍ରଣ ଘଟଣାରେ ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ
