ଦାରା ସିଂ ମୁକ୍ତି ମାମଲା: ଶୁଣାଣି ୧୭ ତାରିଖକୁ ଘୁଞ୍ଚିଲା

ଭୁବନେଶ୍ୱର: ଦାରା ସିଂ ମୁକ୍ତି ମାମଲାର ଶୁଣାଣି ଆସନ୍ତା ୧୭ ତାରିଖକୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କୁ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ । ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ରିପୋର୍ଟ ଦାଖଲ କରି ନଥିବାରୁ ଶେଷ ସୁଯୋଗ ଦେଲେ ମାନ୍ୟବର କୋର୍ଟ । ପୂର୍ବରୁ ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ମିଟିଂ ଆଧାରରେ ରିହାତି ପ୍ରକ୍ରିୟା ଶେଷ ହେବା କଥା ଥିଲା । ଅଗଷ୍ଟ ୪ କିମ୍ବା ଅଗଷ୍ଟ ୧୫ ସୁଦ୍ଧା ମୁକ୍ତି ମିଳିବ ବୋଲି ଆଶା କରାଯାଉଥିଲା, କିନ୍ତୁ ଭେରିଫିକେସନ୍ ଓ ଅନ୍ୟାନ୍ୟ କାରଣରୁ ଏହା ସମ୍ଭବ ହୋଇପାରିନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ରିପୋର୍ଟ ଏପର୍ଯ୍ୟନ୍ତ ଦାଖଲ ନ ହେବାରୁ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ମାମଲାରେ ଗୃହ ସଚିବ କିମ୍ବା ଅଧିକାରୀମାନଙ୍କୁ କାହିଁକି ତଲବ କରାଯାଉନାହିଁ ଏବଂ ଦୁଇ ବର୍ଷରୁ ଅଧିକ ସମୟ ଧରି ମାମଲା ବିଚାରଧୀନ ରହିବା ନେଇ ପ୍ରଶ୍ନ ଉଠିଛି ବୋଲି ତାଙ୍କ ଓକିଲ ଏପି ସିଂହ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *