ପଶ୍ଚିମବଙ୍ଗର ଫଲଟା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ମତଦାନ କେନ୍ଦ୍ରରେ ହେବ ପୁଣିଥରେ ମତଦାନ

ପଶ୍ଚିମବଙ୍ଗ:ନିର୍ବାଚନ କମିଶନ ପଶ୍ଚିମବଙ୍ଗର ଫାଲତା ବିଧାନସଭା ଆସନରେ ହୋଇଥିବା ମତଦାନକୁ ରଦ୍ଦ କରିଦେଇଛନ୍ତି । ଏପ୍ରିଲ ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଏଠାରେ ଇଭିଏମ୍ ହେରଫେର ଓ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଗୋଟିଏ ବୁଥରେ ଇଭିଏମ୍‌ରେ ବିଜେପି ବଟନ ଉପରେ ଧଳା ଟେପ୍ ଲଗାଯାଇଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଫଳରେ ନିର୍ବାଚନ କମିଶନ ଏଠାରେ ମତଦାନକୁ ରଦ୍ଦ କରିବା ସହ ସାନି ଭୋଟ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି । ଆସନ୍ତା ୨୧ ତାରିଖରେ ଫାଲତା ବିଧାନସଭା ଆସନର ସମସ୍ତ ୨୮୫ଟି ବୁଥରେ ସାନି ମତଦାନ କରାଯିବ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ମେ ୨୪ ତାରିଖରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ ।1950 ମସିହାର ଜନପ୍ରତିନିଧି ଆଇନର ଧାରା 58A ଅନୁଯାୟୀ ଯଦି ବିଧାନସଭାର ଅନେକ ବୁଥରେ କୌଣସି ବିଭ୍ରାଟ କିମ୍ବା ବିସଙ୍ଗତି ଦେଖାଯାଏ, ତେବେ ନିର୍ବାଚନ କମିଶନ ସମଗ୍ର ବିଧାନସଭା ପାଇଁ ନୂତନ ନିର୍ବାଚନ କରିପାରିବେ । ଏହାକୁ କାଉଣ୍ଟରମାଣ୍ଡ କୁହାଯାଏ ।

Leave a Reply

Your email address will not be published. Required fields are marked *