ଭୁବନେଶ୍ୱର : ବଡ଼ଗଡ଼ ଲଷ୍ମୀବିହାର ଫେଜ୨ ସ୍ଥିତ ଶ୍ରୀ ଶ୍ରୀ ତମ୍ପେଶ୍ୱର ମହାଦେବ ମନ୍ଦିରରେ ଜାଗର ପର୍ବ ବଡ ଆଡ଼ମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ସେଠାରେ ହୋଇଥିବା ହର ପାର୍ବତୀ, ଗଣେଶ, କାର୍ତ୍ତିକ ଙ୍କ ମେଢ଼ ଜାଗର ପର୍ବର ମୁଖ୍ୟ ଆକର୍ଷଣ ସାଜିଥିଲା l ଜାଗର ଅବସରରେ ଶହ ଶହ ଶ୍ରଦ୍ଧାଳୁ ମାନେ ଶାନ୍ତି ଶୃଙ୍ଖଳା ର ସହିତ ଦର୍ଶନ କରିଛନ୍ତି l ଶ୍ରଦ୍ଧାଳୁ ମାନେ କିଭଳି ଭାବରେ ଶାନ୍ତି ଶୃଙ୍ଖଳା ର ସହିତ ଦର୍ଶନ କରି ପାରିବେ ସେ ଦିଗକୁ ମନ୍ଦିର କମିଟି ପକ୍ଷରୁ ବିଶେଷଭାବେ ଗୁରୁତ୍ୱ ଦିଆଯାଇଥିଲା l ଜାଗର ପୂର୍ଵ ରାତିରେ ସେଠାରେ ଅନୁଷ୍ଠିତ ହୋଇଥିବା ଭଜନ ସମାରୋହ ସେ ଅଞ୍ଚଳ ରେ ଏକ ଭକ୍ତି ମୟ ବାତା ବରଣ ସୃଷ୍ଟି କରିଥିଲା l ମନ୍ଦିର କମିଟିର ସଭାପତି ପ୍ରଦୀପ ମିଶ୍ର, ଲଷ୍ମୀଧର ସାହୁ, ରମାକାନ୍ତ ପାଲ, ରତ୍ନାକର ଚାନ୍ଦ, ରଣଜିତ ଶାହା ଙ୍କ ସମେତ ଅନ୍ୟ କର୍ମକର୍ତାମାନେ ପବିତ୍ର ଜାଗର କାଯ୍ୟକ୍ରମ ଗୁଡିକୁ ପରିଚାଳନା କରିଥିଲେ l
ବଡ଼ଗଡ଼ ଲଷ୍ମୀବିହାର ଫେଜ୨ ସ୍ଥିତ ଶ୍ରୀ ଶ୍ରୀ ତମ୍ପେଶ୍ୱର ମହାଦେବ ମନ୍ଦିରରେ ଜାଗର ପର୍ବ ବଡ ଆଡ଼ମ୍ବର ସହିତ ଅନୁଷ୍ଠିତ
