‘ମନ କି ବାତ’ରେ ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ କି ବାତ’ର ୧୩୫ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ଭାରତର ବିମାନ ଚଳାଚଳ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ହାସଲ ହୋଇଥିବା ବଡ଼ ସଫଳତା ବିଷୟରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜୁନ୍ ମାସରେ ଭାରତ ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରିଛି। ଭାରତରେ ନିର୍ମିତ C-295 ବିମାନ ଏହାର ପ୍ରଥମ ଉଡ଼ାଣ ସଫଳତାର ସହ ଶେଷ କରିଛି। ଭାରତରେ ଏଭଳି ୪୦ଟି ବିମାନ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ ଦେଶର MSME (କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ) ଏବଂ ମହାକାଶ କ୍ଷେତ୍ରକୁ ଏକ ନୂତନ ଗତି ପ୍ରଦାନ କରୁଛି। ଏହାଦ୍ୱାରା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ‘ଆତ୍ମନିର୍ଭର ଭାରତ’ର ସଂକଳ୍ପ ଆହୁରି ମଜବୁତ ହେଉଛି। ଦେଶର ସୁରକ୍ଷା ଓ ସ୍ୱାବଲମ୍ବନ କ୍ଷେତ୍ରରେ ମିଳିଥିବା ସଫଳତାକୁ ନେଇ ଶ୍ରୀ ମୋଦୀ ଗର୍ବ ପ୍ରକାଶ କରିଛନ୍ତି। ନିକଟରେ କୋଲକାତାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ ନୌସେନାରେ ୩ଟି ନୂତନ ଜାହାଜକୁ ସାମିଲ କରାଯାଇଛି ।

Leave a Reply

Your email address will not be published. Required fields are marked *