ସ୍କ୍ରବ୍ ଟାଇଫସ୍ ଚିହ୍ନଟ ଅଞ୍ଚଳକୁ ଯିବ ଡାକ୍ତରୀ ଟିମ୍

ଭୁବନେଶ୍ୱର: ସ୍କ୍ରବ୍ ଟାଇଫସ୍ ଚିହ୍ନଟକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ଯେଉଁ ସ୍ଥାନରେ ସ୍କ୍ରବ୍ ଟାଇଫସ୍ ଚିହ୍ନଟ ହେଉଛି, ସେଠାକୁ ଡାକ୍ତରୀ ଟିମ୍ ଯିବେ। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍କ୍ରବ୍ ଟାଇଫସ୍‌ର ଚିକିତ୍ସା ଓ ନିୟନ୍ତ୍ରଣ ପାଇଁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇଛି। ରୋଗୀ ଚିହ୍ନଟ, ଚିକିତ୍ସା, ପ୍ରତିଷେଧକମୂଳକ ପଦକ୍ଷେପ ନେଇ ଗାଇଡଲାଇନ। ସ୍କ୍ରବ୍ ଟାଇଫସ୍ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପେ, ସେଥିପାଇଁ ପଦକ୍ଷେପ ନିଆଯିବ। ରୋଗ ଚିହ୍ନଟ ହେଉଥିବା ଅଞ୍ଚଳରେ ମଧ୍ଯ ସଚେତନତା ଓ ନିୟନ୍ତ୍ରଣ ପଦକ୍ଷେପ ନେବୁ। ସୂଚନାଯୋଗ୍ୟ ରାଜ୍ଯର ଅନୁଗୋଳ ପାଳଲହଡ଼ାରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ଚିନ୍ତା ବଢ଼ିଛି । ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଏହି ରୋଗ ବ୍ୟାପିବାରେ ଲାଗିଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି । ମୃତକ ଜଣକ ହେଉଛନ୍ତି ରଜଡଙ୍ଗ ଗାଁର ଉଷା ନାଏକ । ଏହାକୁ ମିଶାଇ ପାଳଲହଡ଼ା ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍‌ରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *