ନୂଆଦିଲ୍ଲୀ: ଓମ୍ ବିର୍ଲାଙ୍କ ନାଁରେ ଅନାସ୍ଥା ନୋଟିସ୍ ଦେଲା କଂଗ୍ରେସ। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ଅନାସ୍ଥା। ଲୋକସଭା ସେକ୍ରେଟାରୀ ଜେନେରାଲଙ୍କୁ ନୋଟିସ୍ ଦେଲା କଂଗ୍ରେସ। ଲୋକସଭାରେ ପକ୍ଷପାତିତା ଅଭିଯୋଗ ଆଣି ଅନାସ୍ଥା ନୋଟିସ୍ ଦେଇଛି କଂଗ୍ରେସ। ବିରୋଧୀ ଦଳର ନେତାମାନଙ୍କୁ କହିବାକୁ ଅନୁମତି ଦେଉ ନଥିବା ଅଭିଯୋଗ ହୋଇଛି। ୧୧୮ ସାଂସଦ ପ୍ରସ୍ତାବକୁ ସମର୍ଥନ କରିଥିବା ସୂଚନା ମିଳିଛି। ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ଅନାସ୍ଥା ପ୍ରସ୍ତାବରେ ସ୍ୱାକ୍ଷର କରିନଥିବା ସୂଚନା ମିଳିଛି। ଟିଏମସି ନେତା କହିଛନ୍ତି ଯେ ସେ ସଂସଦକୁ ସୁଗମ ଭାବରେ ଚାଲିବାକୁ ଦେବା ସପକ୍ଷରେ ଅଛନ୍ତି। ଏହି ପ୍ରସ୍ତାବ ସାଂସଦ ଗୌରବ ଗୋଗୋଇ, ସାଂସଦ କେ. ସୁରେଶ ଏବଂ ସାଂସଦ ମହମ୍ମଦ ଜାଭେଦ ଆଗତ କରିଥିଲେ। ନିୟମ ୯୪ସି ଅନୁଯାୟୀ ୧୦୦ ରୁ ଅଧିକ ସାଂସଦ ଅନାସ୍ଥା ପ୍ରସ୍ତାବରେ ସ୍ୱାକ୍ଷର କରିଛନ୍ତି
Related Posts
ବିଧାନସଭା ବଜେଟରେ କକ୍ଷ ତ୍ୟାଗ କଲେ ବିରୋଧୀ: କଂଗ୍ରେସ ଓ ବିଜେଡି
- Mysanket News
- February 17, 2026
- 0
ଭୁବନେଶ୍ୱର: ଆଜି ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଆରମ୍ଭ ହୋଇଥିଲା ଓଡିଶା ବିଧାନସଭା ବଜେଟ୍ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି କକ୍ଷତ୍ୟାଗ କରିଛନ୍ତି ବିରୋଧୀ ବିଜେଡି ଏବଂ କଂଗ୍ରେସ। ଅପରପକ୍ଷେ ଆସନ […]
ଓଡ଼ିଶା କ୍ୟାଡରର ଯୁବ IPS ଅଭିଜିତ ରାମଦାସଙ୍କ ଇସ୍ତଫା
- Mysanket News
- July 11, 2026
- 0
ଭୁବନେଶ୍ୱର: ୨୦୨୫ ବ୍ୟାଚର ଯୁବ ଆଇପିଏସ୍ ଅଫିସର ୩୩ ବର୍ଷୀୟ ଅଭିଜିତ ରାମଦାସ ଚାକିରିରୁ ଇସ୍ତଫା ଦେଇଛନ୍ତି । ମହରାଷ୍ଟ୍ର ବାରାମତୀ ଅଞ୍ଚଳର ଅଭିଜିତ ଗତ ବର୍ଷ ଆଇପିଏସ୍ ପାଇଥିଲେ । ତାଙ୍କୁ ଓଡ଼ିଶା […]
ହ୍ୱାଟସଆପ୍ ରେ ମିଳିବ ଓଡ଼ିଶା ପୁଲିସର ୧୪ଟି ସେବା
- Mysanket News
- September 12, 2026
- 0
ଭୁବନେଶ୍ୱର: ଅତ୍ୟାବଶ୍ୟକୀୟ ସେବା ପାଇଁ ସାଧାରଣ ଲୋକଙ୍କୁ ଆଉ ବାରମ୍ବାର ଥାନାକୁ ଯିବାକୁ ପଡ଼ିବ ନାହିଁ। ଘରେ ବସି ନିଜ ମୋବାଇଲ ଫୋନ୍ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେବ ଓଡ଼ିଶା […]
