ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଶ୍ରୀମୟୀ ମିଶ୍ରଙ୍କ କଟାକ୍ଷ

ଭୁବନେଶ୍ୱର:ପୁଣି ଜଣେ ପୁରୁଖା ନେତା ଦଳ ଛାଡ଼ିବା ପରେ ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର । ନାଁ ନ ଧରି ଶ୍ରୀମୟୀ କହିଛନ୍ତି, ଯେପର୍ଯ୍ୟନ୍ତ ଭଣ୍ଡ ରହିବ, ସେପର୍ଯ୍ୟନ୍ତ ୱିକେଟ୍ ପଡ଼ିଚାଲିବ । ଶ୍ରୀମୟୀ ସିଧାସଳଖ କାହାକୁ ଇଙ୍ଗିତ ନ କରିଥିଲେ ବି ଭଣ୍ଡ ସନ୍ନ୍ୟାସୀ ଭିକେ ପାଣ୍ଡିଆନଙ୍କ ପାଇଁ, ତାହା ସ୍ପଷ୍ଟ ଅଟେ । ଶ୍ରୀମୟୀ ଗତକାଲିଠାରୁ ସାମାଜିକ ଗଣମାଧ୍ୟମରେ ଏକାଧିକ ପୋଷ୍ଟ କରିଛନ୍ତି । ସେ କହିବାନୁସାରେ ଦେବାଶିଷଙ୍କୁ ଅଟକାଇବାକୁ ଦଳ ପକ୍ଷରୁ ଅନେକ ଫୋନ୍ କଲ୍ ଯାଇଥିଲା । କିନ୍ତୁ ସେମାନେ ଦେବାଶିଷଙ୍କୁ ଆଉ ଅଟକାଇବାରେ ସଫଳ ହୋଇପାରିନଥିଲେ । ଶ୍ରୀମୟୀ ଗତକାଲି ହିଁ ଦଳର ସୁପ୍ରିମୋଙ୍କୁ ଚେତାଇ ଦେଇ ପୋଷ୍ଟ କରିଥିଲେ ଯେ ପୁଣି ଗୋଟେ ୱିକେଟ୍ ପଡ଼ିବ । ଅର୍ଥାତ ଦଳର ପୁଣି ଜଣେ ନେତା ଇସ୍ତଫା ଦେବେ । ଯାହାକି ଆଜି ସତ୍ୟରେ ପ୍ରମାଣିତ ହୋଇଛି । ଆଜି ପୁଣି ଶ୍ରୀମୟୀ ଲେଖିଛନ୍ତି ଯେ “ଯେପର୍ଯ୍ୟନ୍ତ ଭଣ୍ଡ ରହିବ, ସେ ପର୍ଯ୍ୟନ୍ତ ୱିକେଟ୍ ପଡ଼ି ଚାଲିବ”। ସେହିପରି ଆହୁରି ଏକ ପୋଷ୍ଟରେ ଲେଖିଛନ୍ତି, “ଫେରିଆସ ସନ୍ୟାସୀ ପ୍ରଚାର ନକରି,ଯଦି ଫେରିଆସ ପୁରୁଖା ପ୍ରଚାର ହୋଇଥାନ୍ତା, ତେବେ ଏଭଳି ସ୍ଥିତି ହୁଅନ୍ତାନି”।

Leave a Reply

Your email address will not be published. Required fields are marked *