ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ୨୦୧୩ ବ୍ୟାଚର ଆଇପିଏଏସ୍ ଜଗମୋହନ ମୀନା ବ୍ୟକ୍ତିଗତ କାରଣ ପାଇଁ ଚାକିରୀରୁ ଇସ୍ତାଫା ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟ ଗୃହ ବିଭାଗକୁ ୨୫ ଦିନ ପୂର୍ବରୁ ସେ ଇସ୍ତଫା ପତ୍ର ପଠାଇଥିବାବେଳେ ତାଙ୍କ ଇସ୍ତଫା ପତ୍ର ଏପର୍ଯ୍ୟନ୍ତ ଗୃହୀତ ହୋଇନଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୨୫ ଦିନ ତଳେ ସେ ଏହି ଇସ୍ତଫା ପତ୍ର ପଠାଇଥିବା ବେଳେ ସରକାରଙ୍କ ପକ୍ଷରୁ ଏହାକୁ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ଜଗମୋହନ ମୀନାଙ୍କ ଏଭଳି ହଠାତ୍ ଇସ୍ତଫା ନିଷ୍ପତ୍ତିକୁ ନେଇ ପୋଲିସ ବିଭାଗ ସମେତ ବିଭିନ୍ନ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ, ସେ ସରକାରୀ ସେବାରୁ ଅବ୍ୟାହତ ନେଇ କୌଣସି ଘରୋଇ ସଂସ୍ଥାରେ ମନୋନିବେଶ କରିପାରନ୍ତି। ରାଜସ୍ଥାନରେ ତାଙ୍କର ଜଣେ ଘନିଷ୍ଠ ସମ୍ପର୍କୀୟଙ୍କ କମ୍ପାନୀରେ ସେ ଏକ ବଡ଼ ଦାୟିତ୍ୱ ନେଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। ୨୩ ଡିସେମ୍ବର ୨୦୧୩ରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଓଡ଼ିଶାରେ ନିଯୁକ୍ତି ପାଇଥିଲେ । ମାତ୍ର ୧୩ ବର୍ଷର ଚାକିରୀକାଳ ମଧ୍ୟରେ ଦୁଇ ଥର ପଦୋନ୍ନତି ପାଇବା ସହିତ ଅନେକ ସମ୍ନାନରେ ସମ୍ମାନୀତ ହୋଇଛନ୍ତି । ସୂଚନାଯୋଗ୍ୟ, ଜଗମୋହନ ମୀନା ଏହା ପୂର୍ବରୁ ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାର ଏସ୍‌ପି ଏବଂ କଟକ ୟୁପିଡି ଡିସିପି ଭାବେ ସଫଳତାର ସହ ଦାୟିତ୍ବ ତୁଲାଇ ସାରିଛନ୍ତି।

Leave a Reply

Your email address will not be published. Required fields are marked *