କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପକ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ସାଂସଦ କହିଛନ୍ତି, “କିଛି ଭଲ କାର୍ଯ୍ୟ କରିବାକୁ ଯାଇ ଉଭୟଙ୍କ ପକ୍ଷରୁ ଅସୁବିଧା ହୋଇଛି । ରେଭେନ୍ସାର ଶୈକ୍ଷିକ ବାତାବରଣ ଠିକ୍ ଅଛି । ଛାତ୍ରଛାତ୍ରୀମାନଙ୍କର ପାଠପଢାରେ କୌଣସି ଅସୁବିଧା ହେଉ ନାହିଁ । ଯେଉଁ ୱାର୍ଡେନମାନେ ହଷ୍ଟେଲ ଦାୟିତ୍ୱରୁ ଓହରିଛନ୍ତି ତାହାକୁ ନେଇ ଅସୁବିଧା ହୋଇଛି । କୁଳପତି ତାହାର ସମାଧାନ କରିବେ । ଏହି ଘଟଣାରେ ରାଜନୈତିକ ଦଳ ଯେତେ ଦୂରେଇ ରହିବେ ତାହା ଭଲ ହେବ ।” ଏହାକୁ ନେଇ ସରୋଜ ଦେବତା ନାମକ ଜଣେ ଛାତ୍ର କହିଛନ୍ତି, “ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଆଡମିଶନ କରିବା ପରେ କ୍ଳାସ କରିବାକୁ ଯାଇଥିଲୁ । କ୍ଳାସ ନିୟମିତ ହେଉଥିବା ବେଳେ କ୍ୟାମ୍ପସ ଭିତରେ ଶୈକ୍ଷିକ ବାତାବରଣ ଠିକ ନାହିଁ । କ୍ୟାମ୍ପସ ଅଶାନ୍ତ ରହିବା ପରି ଲାଗୁଛି । ତେଣୁ ସ୍ଥିତି ସ୍ୱାଭାବିକ ହେଲେ କ୍ଳାସରେ ଯୋଗ ଦେବୁ ।” ଗତକାଲି ରେଭେନ୍ସା ବିକାଶ ଅଭିଯାନ ପକ୍ଷରୁ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯାଇଛି । ସଂଗଠନ ପକ୍ଷରୁ କୁହାଯାଇଛି ଯେ, କୁଳପତିଙ୍କ ଉପସ୍ଥିତିରେ ଏହି ନିନ୍ଦନୀୟ ଘଟଣା ଘଟିଥିଲେ ମଧ୍ୟ ସମ୍ପୃକ୍ତ ବିଧାୟକଙ୍କ ବିରୁଦ୍ଧରେ ଉପଯୁକ୍ତ ଆଇନଗତ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଘଟଣା ସଂପର୍କରେ କୁଳାଧିପତିଙ୍କ ଦୃଷ୍ଟି ଆକର୍ଷଣ କରିବା ପରିବର୍ତ୍ତେ କୁଳପତି ବିଧାୟକଙ୍କୁ ଘଣ୍ଟ ଘୋଡାଇ ଅଧ୍ୟାପକମାନଙ୍କୁ ଅସୁରକ୍ଷିତ ଅବସ୍ଥାରେ ଛାଡ଼ି ଦେଇଛନ୍ତି । ବିଶ୍ୱବିଦ୍ୟାଳୟର ସିନେଟ୍ ଏ ପର୍ଯ୍ୟନ୍ତ ଗଠନ କରାଯାଇ ନଥିଲେ ବି ନିଜକୁ ବିଶ୍ୱବିଦ୍ୟାଳୟର ସିନେଟ୍ ସଭ୍ୟ ବୋଲି ଦାବି କରି ଏବଂ ବିଧାନସଭାର ବାଚସ୍ପତିଙ୍କୁ ଚିଠି ଲେଖି ବିଧାୟକ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଭୟଭୀତ କରିବା ପାଇଁ ଉଦ୍ୟମ କରୁଛନ୍ତି । ରାଜନୈତିକ ଚାପର ବଶବର୍ତ୍ତୀ ହୋଇ କୁଳପତି, ଘଟଣା ସମ୍ପର୍କରେ ସତ୍ୟ ପ୍ରକାଶ ନକରି ବିଧାୟକଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି । ସଂଗଠନର ସଭାପତି ତଥା ରେଭେନ୍ସା ଛାତ୍ର ସଂସଦର ପୂର୍ବତନ ସଭାପତି ଚିତ୍ତରଞ୍ଜନ ମହାନ୍ତି କହିଛନ୍ତି, “ଏକ ପ୍ରତିନିଧି ଦଳ କୁଳପତିଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ ମଧ୍ୟ କୁଳପତି ଅସୁସ୍ଥତା ବାହାନାରେ ପ୍ରତିନିଧି ଦଳକୁ ସାକ୍ଷାତ ନଦେବାରୁ ତାଙ୍କ ସୁରକ୍ଷାକର୍ମୀଙ୍କୁ ଦାବିପତ୍ର ହସ୍ତାନ୍ତର କରାଯାଇଛି । କଂଗ୍ରେସ ମଧ୍ୟ ବିଶ୍ଵବିଦ୍ୟାଳୟ ଫାଟକ ଆଗରେ ପ୍ରତିବାଦ କରିଛି । ଯୁବ କଂଗ୍ରେସ ନେତା ବିପ୍ଳବ ଶିଳାଦିତ୍ୟଙ୍କ ନେତୃତ୍ୱରେ ପ୍ରତିବାଦ କରାଯିବା ସହ ବିଧ୍ୟାୟକ ପ୍ରକାଶ ସେଠୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
Related Posts
ପାରିବାରିକ କଳହକୁ ନେଇ ଦେବଗଡ଼ରେ ଟ୍ରିପଲ୍ ମର୍ଡର
- Mysanket News
- March 12, 2026
- 0
ଦେବଗଡ଼: ପାରିବାରିକ କଳହରୁ ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗତକାଲି […]
କଟକ ହାଇକୋର୍ଟ ନିକଟରେ ଭୟାଭୟ ଅଗ୍ନିକାଣ୍ଡ, ଜଳିଗଲା ଗାଡ଼ି
- Mysanket News
- March 31, 2026
- 0
କଟକ: ଆଜି ହାଇକୋର୍ଟ ସମ୍ମୁଖରେ ଘଟିଥିବା ଭୟାଭୟ ଅଗ୍ନିକାଣ୍ଡ କୌଣସି ଦୁର୍ଘଟଣା ନୁହେଁ, ବରଂ ଏହା ଯୋଜନାବଦ୍ଧ ଆକ୍ରୋଶର ପରିଣାମ। ଜଣେ ମହିଳା ନିଜର ଅସନ୍ତୋଷ ପ୍ରକାଶ କରିବାକୁ ଯାଇ ପେଟ୍ରୋଲ ଢାଳି ନିଆଁ […]
କାର ଭିତରେ ଆଗଲପୁର ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା
- Mysanket News
- September 11, 2026
- 0
ଭୁବନେଶ୍ବର: ବରଗଡ଼ ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାଏକ (୩୯)ଙ୍କୁ ଗୁଳି କରି ନୃଶଂସ ଭାବେ ହତ୍ୟା କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଚୀନାଜୁରୀ […]
