ପୁରୀ: ଗତ ଅଗଷ୍ଟ ୧୧ରେ ପୁରୀ ତାନ୍ତ୍ରିକ ହତ୍ୟା ଘଟଣା ଉପରୁ ପରଦା ଉଠାଇଛି ପୋଲିସ । ଟଙ୍କା ନଫେରାଇବାରୁ ୬୧ ବର୍ଷୀୟ ପର୍ଶୁରାମ ପ୍ରଧାନଙ୍କୁ କରାଯାଇଥିଲା ହତ୍ୟା । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ । ପୁରୀ ଏସପି ପ୍ରତୀକ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଏକାଧିକ ଟିମ୍ ସିସିଟିଭି ଓ ବୈଷୟିକ ତଥ୍ୟ ଆଧାରରେ ୩ ଜଣ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଙ୍ଗ ଅଞ୍ଚଳର ରାଜ କିଶୋର ସାହୁ (୩୨), ସୁରେଶ ସାହୁ (୨୨) ଓ କେନ୍ଦ୍ରାପଡ଼ାର ସତ୍ୟବ୍ରତ ମଲିକ୍ । ସେମାନଙ୍କ ଠାରୁ ୨ ଟି ମୋବାଇଲ୍ ଫୋନ୍, ହତ୍ୟାରେ ବ୍ୟବହୃତ ଛୁରୀ, ଗୋଟିଏ ବାଇକ୍ ଜବତ ହୋଇଛି । ତେବେ ହତ୍ୟା ପଛରେ ପ୍ରେମ, ପ୍ରତାରଣା, ଟଙ୍କା ଆଦାୟକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପୁରୀ ଏସପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଏସପି ପ୍ରତୀକ ସିଂହ କହିଛନ୍ତି, କଣାସ ମନ୍ଦାରବସ୍ତ ଅଞ୍ଚଳର ପର୍ଶୁରାମ ପ୍ରଧାନ ଗାଁରେ ଏକ ଦେବୀ ମନ୍ଦିର କରି ପୂଜା ସାଧନା କରୁଥିଲେ । ଲୋକଙ୍କ ସବୁ ସମସ୍ୟା ସମାଧାନ କରିଦେବେ ବୋଲି ପ୍ରଚାର କରୁଥିଲେ । ତେବେ ଖୋର୍ଦ୍ଧା ସଦର ବାଣିଆ ଟାଙ୍ଗୀର ରାଜ୍ କିଶୋର ସାହୁ ତାଙ୍କ ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ପାଇଁ ସେ ତାନ୍ତ୍ରିକ ପର୍ଶୁରାମଙ୍କ ସହ ଯୋଗାଯୋଗ କରିଥିଲେ । ଏଥିପାଇଁ ରାଜ୍ କିଶୋର ୧୯ ହଜାର ଟଙ୍କା ଦେଇଥିଲେ । ମାତ୍ର ତାନ୍ତ୍ରିକ ପର୍ଶୁରାମ ଏକ ଖେଳ ଖେଳିଥିଲେ | ରାଜ୍ କିଶୋରଙ୍କ ଜମିରେ ଏକ ସୁନା ଦୁର୍ଗା ମୂର୍ତ୍ତୀ ସମେତ ସୁନା ଅଳଙ୍କାର ଭର୍ତ୍ତି ହାଣ୍ଡି ଥିବା କହିଥିଲେ । ଏହାକୁ ଖୋଳି ଉଦ୍ଧାର ପାଇଁ ତାନ୍ତ୍ରିକ ପର୍ଶୁରାମ ରାଜ୍ କିଶୋର ଠାରୁ ୨ ଲକ୍ଷ ଟଙ୍କା ନେଇଥିଲେ । ହେଲେ ପ୍ରତିଶ୍ରୁତି ମୁତାବକ ତାନ୍ତ୍ରିକ ପର୍ଶୁରାମ କିଛି କାର୍ଯ୍ଯ କଲେ ନାହିଁ । ତାନ୍ତ୍ରିକ ପର୍ଶୁରାମ ରାଜ୍ କିଶୋରକୁ ପ୍ରତାରଣା କରିବାରୁ ରାଜ କିଶୋର ତାନ୍ତ୍ରିକ ପର୍ଶୁରାମକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା।
Related Posts
ମହାପ୍ରଭୁଙ୍କ ଅଣସର ନୀତିକୁ ନେଇ ଆପତ୍ତିଜନକ କଣ୍ଟେଣ୍ଟ ପୋଷ୍ଟ ନ କରିବାକୁ କହିଲା ପୁରୀ ପୋଲିସ :ଟେକ ଡାଉନ ହେଲା ୯୭ଟି ଆପତ୍ତିଜନକ ପୋଷ୍ଟ ଓ ଆକାଉଣ୍ଟ
- Mysanket News
- July 4, 2026
- 0
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଅଣସର ନୀତି ଆରମ୍ଭ ହେବା ପରଠାରୁ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ମହାପ୍ରଭୁଙ୍କୁ ନେଇ କିଛି ଆପତ୍ତିଜନକ ଅନୁଚିତ ଭାବେ ଏଡିଟ ଫଟୋ, ଭିଡିଓ ଏବଂ ପୋଷ୍ଟ ପ୍ରଚାର […]
ସରକାରୀ ପାଣ୍ଠି ହେରଫେର ଅଭିଯୋଗରେ PACS ଚିନ୍ତାମଣି ମଲ୍ଲିକ ଗିରଫ
- Mysanket News
- September 10, 2026
- 0
ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଆଜି ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ‘ଯୁବ ପ୍ରାଥମିକ କୃଷି ସମବାୟ ସମିତି’ (PACS) ଲିମିଟେଡର ପୂର୍ବତନ ସେକ୍ରେଟାରୀ ଚିନ୍ତାମଣି ମଲ୍ଲିକଙ୍କୁ ଆର୍ଥିକ ଅନିୟମିତତା ବିରୁଦ୍ଧରେ ଗିରଫ କରିଛି। […]
ପଥର ଚୋରି ମାଫିଆ ତାଲିକାରେ ରାଜନେତା!
- Mysanket News
- February 24, 2026
- 0
ନୀଳଗିରି: ପଥର ଚୋରିରେ ସମ୍ପୃକ୍ତ ଜିଲା ପରିଷଦ ସଭ୍ୟ ଗତିକୃଷ୍ଣ, ବିଜେଡି ନେତା ଗଙ୍ଗାଧରଙ୍କ ଭିତରେ କନ୍ଦଳ ସୃଷ୍ଟି ହେବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି। ମିଳିଥିବା ଖବର ଅନୁସାରେ, ନୀଳଗିରି ବ୍ଲକ […]
