ପୁରୀରୁ TMC ବିଧାୟକ ଗିରଫ

ଭୁବନେଶ୍ୱର:ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ତଥା ମମତା ସରକାରଙ୍କ ଜଣେ ପୂର୍ବତ୍ତନ ମନ୍ତ୍ରୀଙ୍କୁ ପୁରୀରୁ ଗିରଫ କରିଛି ଏସଟିଏଫ। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପଶ୍ଚିମବଙ୍ଗରୁ ପିଛା କରି ପୁରୀରେ ପହଞ୍ଚିଥିଲା ଏସଟିଏଫ।ସୂଚନା ଅନୁଯାୟୀ, ବୁଧବାର ବେଙ୍ଗଲ ପୋଲିସର ଏସଟିଏଫ୍ ବାହିନୀ ପୁରୀରୁ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ପରିବହନ ମନ୍ତ୍ରୀ ଦିଲୀପ ମଣ୍ଡଳଙ୍କୁ ଗିରଫ କରିଛି। ଦିଲ୍ଲୀପ ମଣ୍ଡଳ କିଛି ସପ୍ତାହ ଧରି ଫେରାର ଥିଲେ। ନନ୍ଦିଗ୍ରାମରେ ମମତାଙ୍କୁ ସହଯୋଗ କରୁଥିବାରୁ ଫସେଇ ଦିଆଯାଇଥିବା ବୋଲି ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ମଙ୍ଗଳବାର ରାତି ୧୦ଟାରେ ହୋଟେଲ ବ୍ଲୁ ଲିଲୀରେ ଚେକ୍ ଇନ୍ କରିଥିଲେ ଦିଲ୍ଲୀପ ମଣ୍ଡଳ। ରୁମ୍ ନମ୍ବର ୨୧୩୨ରେ ଦୁଇ ଜଣ ଚେକ୍ ଇନ୍ କରିଥିଲେ। ବୁଧବାର ସକାଳୁ ପୋଲିସ ଆସି ଚଢାଉ ଓ ଯାଞ୍ଚ ପ୍ରକ୍ରିୟା କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ବିଧାୟକଙ୍କୁ ଏକ ଗାଡ଼ି ଯୋଗେ ନେଇଯାଇଛି ପଶ୍ଚିମବଙ୍ଗ ପୋଲିସ ।

Leave a Reply

Your email address will not be published. Required fields are marked *