ୱାସିଂଟନ:ମଧ୍ୟପ୍ରାଚ୍ୟରେ ଇରାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ଏହାର ସାମରିକ ଶକ୍ତିକୁ ଆହୁରି ମଜଭୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୭ ବର୍ଷ ପାଇଁ ପ୍ରାୟ ୧.୫ ଟ୍ରିଲିୟନ ଡଲାରର ପ୍ରତିରକ୍ଷା ବଜେଟ୍ ପ୍ରସ୍ତାବ ଦେଇଛନ୍ତି।
ହ୍ୱାଇଟ୍ ହାଉସ୍ ଦ୍ୱାରା ପ୍ରକାଶିତ ବଜେଟ୍ ଡକ୍ୟୁମେଣ୍ଟ୍ ଅନୁଯାୟୀ, ରାଷ୍ଟ୍ରପତି ଟ୍ରମ୍ପ “ଶାନ୍ତି ପାଇଁ ଶକ୍ତି” ନୀତି ଅନୁସରଣ କରି ଆମେରିକାର ସାମରିକ ଶକ୍ତିକୁ ଆହୁରି ଅଧିକ ଶକ୍ତିଶାଳୀ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଏହି ୧.୫ ଟ୍ରିଲିୟନ ଡଲାର ବଜେଟ୍ ଗତ ବର୍ଷ ତୁଳନାରେ ପ୍ରାୟ ୪୦% ରୁ ୫୦% ଅଧିକ । ଆମେରିକାକୁ ଏକ ଶକ୍ତିଶାଳୀ ସାମରିକ ବାହିନୀ ଦେବାକୁ ଟ୍ରମ୍ପ ଯୋଜନା କରୁଥିବା କୁହାଯାଉଛି ।ହ୍ୱାଇଟ୍ ହାଉସ୍ ବଜେଟ୍ ଡକ୍ୟୁମେଣ୍ଟ୍ ଅନୁଯାୟୀ, ଏଥର ପ୍ରତିରକ୍ଷା କ୍ଷେତ୍ର ଉପରେ ଏକ ବିଶେଷ ଧ୍ୟାନ ଦିଆଯାଇଛି। ବଜେଟରେ ‘ଗୋଲ୍ଡେନ୍ ଡୋମ୍’ ଭଳି ଉନ୍ନତ ପ୍ରତିରକ୍ଷା ପ୍ରଣାଳୀ ପାଇଁ ପାଣ୍ଠି ଅନ୍ତର୍ଭୁକ୍ତ । ଏହା ଆମେରିକାର ସୁରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ। ଏହା ବ୍ୟତୀତ, ନୂତନ ଯୁଦ୍ଧଜାହାଜ ନିର୍ମାଣ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ଭଣ୍ଡାର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି।ସାମରିକ କର୍ମଚାରୀଙ୍କୁ ଆଶ୍ୱସ୍ତି ଦେବା ପାଇଁ, ସରକାର ୫ ରୁ ୭ ପ୍ରତିଶତ ଦରମା ବୃଦ୍ଧି ପ୍ରସ୍ତାବ ଦେଇଛନ୍ତି।
ପ୍ରତିରକ୍ଷା ବଜେଟ୍ ବଢେଇବା ପାଇଁ ଦାବି କଲେ ଟ୍ରମ୍ପ
