ସାଧାରଣ ଗ୍ରାହକଙ୍କ ପାଇଁ UPI ରହିବ ସମ୍ପୂର୍ଣ୍ଣ ମାଗଣା

ନୂଆଦିଲ୍ଲୀ: ଭାରତରେ ୟୁପିଆଇ (UPI) ଟ୍ରାଞ୍ଜାକ୍ସନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସାଧାରଣ ଗ୍ରାହକଙ୍କ ପାଇଁ UPI ସମ୍ପୂର୍ଣ୍ଣ ମାଗଣା ରହିବ, ତେବେ ୨,୦୦୦ ଟଙ୍କାରୁ ଅଧିକ କାରବାର ଉପରେ ବ୍ୟବସାୟୀଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ। ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ନିର୍ଦ୍ଧାରିତ ନୂଆ ମର୍ଚେଣ୍ଟ ଡିସକାଉଣ୍ଟ ରେଟ୍ (ଏମଡିଆର) ଫ୍ରେମୱାର୍କ ଅନୁଯାୟୀ ବନ୍ଧୁକଟୁମ୍ବଙ୍କୁ ଟଙ୍କା ପଠାଇବା କିମ୍ବା ଦୋକାନ, ପେଟ୍ରୋଲ ପମ୍ପ ଆଦିରେ ପେମେଣ୍ଟ କରିବା ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିବ। ଏକାଥରକେ ୨,୦୦୦ ଟଙ୍କାରୁ ଅଧିକ କାରବାର ଗ୍ରହଣ କଲେ ବ୍ୟବସାୟୀଙ୍କୁ ୦.୪% ଚାର୍ଜ (ସର୍ବାଧିକ ୩୦୦ ଟଙ୍କା) ଦେବାକୁ ହେବ। ରେଳ ଟିକେଟ୍ ବୁକିଙ୍ଗ୍ ଏବଂ ଫୁଏଲ୍ପେ ମେଣ୍ଟ ପରି କିଛି ସେବା ପାଇଁ ଶୁଳ୍କ ୫ ଟଙ୍କା ନିର୍ଦ୍ଧାରିତ କରାଯାଇଛି।

Leave a Reply

Your email address will not be published. Required fields are marked *