କିରାଣିଙ୍କ ଘରେ ଭିଜଲାନ୍ସ ଚଢାଉ: କୋଟି କୋଟି ଟଙ୍କା ହଡପ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ କିରାଣୀ ସୁବ୍ରତ ବେହେରା କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ହସ୍ପିଟାଲର କୋଟିପତି କିରାଣୀ ସୁବ୍ରତଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ କରିଛି । ଢେଙ୍କାନାଳ ଜିଲ୍ଲା ବାଉଁଶ ପୋଖରୀ ଠାରେ ଥିବା ନିଜ ଘର, ବଅଁରପାଳ ଶଶୁରଘର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସୁସୁଡ଼ାସ୍ଥିତ ବାସଭବନରେ ଚଢ଼ାଉ ହୋଇଛି । ତିନୋଟି ଭିଜିଲାନ୍ସ ଟିମ ଚଳାଇଛନ୍ତି ରେଡ। ୩୦ ଜଣ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି। ପୂର୍ବରୁ କର୍ମଚାରୀ ଓ ଡାକ୍ତରଙ୍କ ଦରମା ଟଙ୍କା ହଡପ କରିଥିବା ସିଡିଏମଓ ଅଭିଯୋଗ କରିଥିଲେ । ମାମଲା ହେବା ପରେ ଅଗ୍ରୀମ ଜାମିନରେ ଆସିଥିଲେ ସୁବ୍ରତ । ଗତକାଲି କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ସୁବ୍ରତଙ୍କୁ ଜେରା ହୋଇଥିଲା । ଆଜି କଟକ ଓ ଅନୁଗୁଳର ୧୦ ଜଣିଆ ଟିମ ବିଭିନ୍ନ କାଗଜପତ୍ର, ଆକାଉଣ୍ଟ ଯାଞ୍ଚ କରିବା ସହ ଘରେ ଖାନତଲାସୀ କରୁଛି । ଗତକାଲି ଭିଜିଲାନ୍ସ ଟିମ୍‌ ସୁବ୍ରତଙ୍କୁ ଜେରା ପରେ ଛାଡିଥିଲା। ନିଜ ଦରମା ବଢ଼ାଇ ସୁବ୍ରତ ପ୍ରାୟ ଅଢ଼େଇ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ରହିଛି। ତେବେ ହସ୍ପିଟାଲ ପକ୍ଷରୁ ମାମଲା ରୁଜୁ ହେବା ପରେ ଫେରାର ହୋଇଯାଇଥିଲେ ସୁବ୍ରତ। ଏହାପରେ ଭିଜିଲାନ୍ସରେ ମାମଲା ଦାଖଲ କରିଥିଲା ସ୍ଵାସ୍ଥ୍ୟ ବିଭାଗ। ଦୀର୍ଘ ସାଢ଼େ ୩ ମାସ ପରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ସୁବ୍ରତ ବେହେରା ।

Leave a Reply

Your email address will not be published. Required fields are marked *