ବିଜେପି ଉପରେ ବର୍ଷିଲେ ବିଜେଡି ବିଧାୟକ

ଭୁବନେଶ୍ୱର: ୨୦୨୨ ସେପ୍ଟେମ୍ବର ୨୩ରେ ମହିଳା ସଂରକ୍ଷଣ ବିଲ୍ ସଂସଦରେ ପାସ୍ ହୋଇଥିଲା । କୁହାଯାଇଥିଲା ୨୦୨୯ରେ ମହିଳାଙ୍କୁ ଏକ ତୃତୀୟାଂଶ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ, ପୁଣି ଆଉଥରେ ବିଲ୍ ଆଣିବାର କାରଣ ସ୍ପଷ୍ଟ ହୋଇନାହିଁ କାରଣ ବିଲ୍ ଟେବୁଲକୁ ଆସିନାହିଁ। ୧୬,୧୭,୧୮ ଅଧିବେଶନ ରେ ଜଣା ପଡିବ ସେଥିରେ କଣ ସଂଶୋଧନ ଆଣିଛନ୍ତି। ଶୁଣାଯାଉଛି ଡିଲିମିଟେସନ କୁ ମ୍ୟାଚ୍ କରିକି ଆଣିବେ। ବିଲ୍ ଉପସ୍ଥାପିତ ନ ହେବା ପୁର୍ବରୁ ଭାରତ ସାରା ଭାରତୀୟ ଜନତା ପାର୍ଟି ଗୋଟିଏ ପ୍ରଚାର ଆରମ୍ଭ କରିସାରିଲେଣି। ସତେ ଯେମିତି ମହିଳା ସଂରକ୍ଷଣ କେହି ଆଗରୁ କରିନଥିଲେ। ବିଜୁ ପଟ୍ଟନାୟକ ୧୯୯୨ ମସିହାରେ ପଞ୍ଚାୟତ ନିର୍ବାଚନରେ ୩୩ପ୍ରତିଶତ ସଂରକ୍ଷଣ ଦେଇଥିଲେ। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ୫୦ ପ୍ରତିଶତ ସଂରକ୍ଷଣ କରିଥିଲେ।
ମହିଳା ସଂରକ୍ଷଣ ରେ ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକ ସର୍ବାଗ୍ରେ ଥିଲେ। ତେଣୁ ଏତେ ପ୍ରଚାର ପ୍ରସାର କରୁଛନ୍ତି ସତେ ଯେମିତି ଆଗରୁ କେହି କରିନଥିଲେ ଏସବୁ କ୍ରେଡିଟ ତାଙ୍କର, ଏକଥା ଠିକ୍ ନୁହେଁ। ଭାରତ ବର୍ଷର ସବୁ ମହିଳାଙ୍କ ଉତ୍ଥାନ ପାଇଁ ଚାହୁଁଛନ୍ତି ସମସ୍ତଙ୍କୁ ନେଇ କରନ୍ତୁ। ବିଜେପି ସବୁ କିଛି କରୁଛି ଆଉ କେହି କିଛି କରୁ ନାହାନ୍ତି ସେଭଳି ଧାରଣା ପାଇଁ ଯେଉଁ ଅପଚେଷ୍ଟା କରୁଛନ୍ତି ତାର ପରିଣାମ ଭୋଗିବେ । ମହିଳାଙ୍କୁ ସଂରକ୍ଷଣ ଭଲ ପଦକ୍ଷେପ ୫୦ ପ୍ରତିଶତ ସଂରକ୍ଷଣ ହେବା ଦରକାର । ଦେଶ କୁଆଡ଼େ ଯାଉଛି ବିଜେପିର ଚିନ୍ତା ନାହିଁ । ଯେତେ ରାଜନୈତିକ ଦଳ ଅଛନ୍ତି ସମସ୍ତଙ୍କ ସକ୍ରୀୟ ସଦସ୍ୟ କୁ ମିଶାଇଲେ ପାଞ୍ଚ ପ୍ରତିଶତ ଲୋକ ବି ପ୍ରତ୍ୟକ୍ଷ ରାଜନୀତିରେ ନାହାନ୍ତି।

Leave a Reply

Your email address will not be published. Required fields are marked *